News Room Odisha
BREAKING
Odia

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା, ମୁତୟନ ହେବେ ୩୬ ହଜାର ପୋଲିସ

ଭୁବନେଶ୍ବର – ଆସନ୍ତାକାଲି ରାଜ୍ଯରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ସୁରକ୍ଷା କାର୍ଯ୍ୟରେ ୩୬ ହଜାର ପୋଲିସ [...]

Admin•May 31, 2024
Share Article:

ଭୁବନେଶ୍ବର – ଆସନ୍ତାକାଲି ରାଜ୍ଯରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ଯାୟରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ସବୁ ପ୍ରକାର ବ୍ଯବସ୍ଥା କରାଯାଇଥିବା ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ କହିଛନ୍ତି। ଡିଜିପି କହିଛନ୍ତି ଯେ, ଚତୁର୍ଥ ପର୍ଯ୍ୟାୟରେ ୧୦ ହଜାର ୮୮୨ ଟି ବୁଥ ମଧ୍ଯରୁ ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ । ସୁରକ୍ଷା କାର୍ଯ୍ୟରେ ୩୬ ହଜାର ପୋଲିସ ଫୋର୍ସ ମୁତୟନ ହେବେ। ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ, ୮୬ ପ୍ଲାଟୁନ ଓଡିଶା ଆର୍ମଡ୍ ପୋଲିସ ସହ ୮୪୩ ଟି ମୋବାଇଲ ପାଟ୍ରୋଲିଂ ଟିମ୍ ନିୟୋଜିତ ହୋଇଛନ୍ତି। ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମରୁ ମନିଟରିଂ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

ଡିଜିପି କହିଛନ୍ତି ଯେ, ପ୍ରତ୍ଯେକ ବିଧାନସଭା ଆସନ ପାଇଁ ଆଇନ ଶୃଙ୍ଖଳା ଦାୟିତ୍ଵରେ ରହିବେ ଏସଡିପିଓ ଏବଂ ଡିଏସପି । ଜିଲ୍ଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟରେ କଡାକଡି ଚେକିଂ ଚାଲିଛି। ୨୫୫ଟି ଫ୍ଲାଇଂ ସ୍କ୍ୱାଡ୍ ମୁତୟନ ହୋଇଛନ୍ତି । ୨୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ବି ଥିବା ନେଇ ଡିଜିପି ସୂଚନା ଦେଇଛନ୍ତି। ଏଥର ୧୩ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗରୁମ କରାଯାଇଛି। ସେଠାରେ ମଧ୍ୟ ଇନର କର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ବୋଲି ଡିଜିପି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles