News Room Odisha
BREAKING
Odia

ତପ୍ତପାଣି ଘାଟିରେ ଟ୍ରକ୍ ଓଲଟି ଜଣେ ମୃତ

ବ୍ରହ୍ମପୁର: ଗଞ୍ଜାମ- ଗଜପତି ଜିଲ୍ଲା ସୀମାବର୍ତ୍ତୀ ତପ୍ତପାଣି ଘାଟିରେ ଆଉ ଏକ ଟ୍ରକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପ୍ରବଣ ଏହି ଘାଟିରେ ଆଜି ଏକ ଟ୍ରକ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ହଳଦୀ ଓ ଅଦା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତପ୍ତପାଣି ଘାଟି ଜକରାପଲ୍ଲୀ- କାଳୀବୋରେଇ ନିକଟ ଏକ ଘାଟି ମୋଡରେ ରାସ୍ତା ତଳକୁ ଖସି ପଡ଼ିଥିଲା। ପାଟପୁର ଥାନା ପୋଲିସ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି କଟର୍ ମେସିନ୍ ସହାୟତାରେ [...]

Admin•June 2, 2024
Share Article:

ବ୍ରହ୍ମପୁର: ଗଞ୍ଜାମ- ଗଜପତି ଜିଲ୍ଲା ସୀମାବର୍ତ୍ତୀ ତପ୍ତପାଣି ଘାଟିରେ ଆଉ ଏକ ଟ୍ରକ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାପ୍ରବଣ ଏହି ଘାଟିରେ ଆଜି ଏକ ଟ୍ରକ୍ ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ରାୟଗଡାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ହଳଦୀ ଓ ଅଦା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ତପ୍ତପାଣି ଘାଟି ଜକରାପଲ୍ଲୀ- କାଳୀବୋରେଇ ନିକଟ ଏକ ଘାଟି ମୋଡରେ ରାସ୍ତା ତଳକୁ ଖସି ପଡ଼ିଥିଲା। ପାଟପୁର ଥାନା ପୋଲିସ, ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି କଟର୍ ମେସିନ୍ ସହାୟତାରେ ଟ୍ରକ୍ ଆରପଟକୁ କାଟି ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣଙ୍କ ଡ୍ରାଇଭର କିମ୍ବା ହେଲପର୍ ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି।

#Odia#Odisha#News
Share Article:

Related Articles