କର୍ଣ୍ଣାଟକରୁ ମିଳିଲେ ମାଲକାନଗିରିର ଡାକ୍ତର ଅମ୍ଳାନ ଭୋଇ
ମାଲକାନଗିରି – କିଛି ଦିନ ତଳେ ମାଲକାନଗିରିରୁ ନିଖୋଜ ହୋଇଯାଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ କର୍ଣ୍ଣାଟକରୁ ଠାବ ହୋଇଛନ୍ତି। କାଲିମେଳା ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ ଭୋଇ ସରକାରୀ କ୍ୱାର୍ଟରରେ ରହୁଥିଲେ। ଜୁନ୍ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ [...]
ମାଲକାନଗିରି – କିଛି ଦିନ ତଳେ ମାଲକାନଗିରିରୁ ନିଖୋଜ ହୋଇଯାଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ କର୍ଣ୍ଣାଟକରୁ ଠାବ ହୋଇଛନ୍ତି। କାଲିମେଳା ପୋଲିସ ତାଙ୍କୁ କର୍ଣ୍ଣାଟକରୁ ଠାବ କରିଛି ।
କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ ଭୋଇ ସରକାରୀ କ୍ୱାର୍ଟରରେ ରହୁଥିଲେ। ଜୁନ୍ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପରଠୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଗତ ୨ ତାରିଖରେ କାଲିମେଳା ଥାନାରେ ଏତଲା ଦେଇଥିଲେ। ପୋଲିସ୍ ତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ସହ ସେଠାରୁ ମୋବାଇଲ ଓ ବାଇକ୍ ଜବତ କରିଥିଲା। ତାଙ୍କୁ ନକ୍ସଲମାନେ ଅପହରଣ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ମାଲକାନଗିରି ଏସ୍ପି ଏହାକୁ ଖଣ୍ଡନ କରିଥିଲେ।
ପୋଲିସ ଆଖପାଖ ଲୋକଙ୍କୁ ପଚରାଉଚରା କରି ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା। ଏହାପରେ ଡାକ୍ତର ଅମ୍ଲାନଙ୍କୁ ଖୋଜିବାକୁ ଟିମ୍ ଗଠିତ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।
ଏହାପରେ ସେ ବେଙ୍ଗାଳୁରୁ ନିକଟ ଏକ ଗାଁରେ ଥିବା ସୂଚନା ପାଇ କାଳିମେଳା ପୋଲିସ ଟିମ୍ ସେଠାରେ ପହଞ୍ଚିଥିଲା। ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତାଙ୍କୁ ମାଲକାନଗିରି ଅଣାଯାଉଛି।
ତେବେ ଅମ୍ଳାନ କିପରି ଓ କେଉଁ କାରଣରୁ କାହାକୁ ନ କହି ହଠାତ୍ କର୍ଣ୍ଣାଟକ ଚାଲି ଯାଇଥିଲେ ତାହା ଏବେ ସସ୍ପେନ୍ସ ଘେରରେ ରହିଛି । ସେ ଫେରିବା ପରେ ହିଁ ଏହାର କାରଣ ଜଣାପଡିବ ବୋଲି ମାଲକାନଗିରି ଏସ୍ପି ସୂଚନା ଦେଇଛନ୍ତି।
ଆସନ୍ତା ୩-୪ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ
Next Articleଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଜୁନ୍ ୮ରେ ତୃତୀୟ ଥର ଶପଥ ନେଇପାରନ୍ତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
