News Room Odisha
BREAKING
Odia

ବିଏସକେୱାଇ ଯୋଜନା ଚାଲୁ ରହିଛି , ପଞ୍ଜିକୃତ ଡାକ୍ତରଖାନାଗୁଡିକ ଜାରି ରଖିବେ ସେବା : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ବିଏସକେୱାଇ ପଞ୍ଜୀକୃତ ଡାକ୍ତରଖାନା କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା କରିପାରିବେ ନାହିଁ ବା ରୋଗୀଙ୍କୁ ଚିକିତ୍ସା ଅବଧି ପୂର୍ବରୁ ଡିସଚାର୍ଜ କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ନୂତନ ସରକାର ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ବିଏସକେୱାଇ ଯୋଜନା ଚାଲୁ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ [...]

Admin•June 6, 2024
Share Article:

ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ବିଏସକେୱାଇ ପଞ୍ଜୀକୃତ ଡାକ୍ତରଖାନା କୌଣସି ରୋଗୀଙ୍କ ଚିକିତ୍ସାରେ ଅବହେଳା କରିପାରିବେ ନାହିଁ ବା ରୋଗୀଙ୍କୁ ଚିକିତ୍ସା ଅବଧି ପୂର୍ବରୁ ଡିସଚାର୍ଜ କରିପାରିବେ ନାହିଁ । ଯେପର୍ଯ୍ୟନ୍ତ ନୂତନ ସରକାର ନିଷ୍ପତ୍ତି ନ ନେଇଛନ୍ତି ସେ ପର୍ଯ୍ୟନ୍ତ ବିଏସକେୱାଇ ଯୋଜନା ଚାଲୁ ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ନେଇ କୈାଣସି ନିର୍ଦ୍ଦେଶ ଦିଆଯାଇନାହିଁ। ବିଏସକେୱ।ଇକୁ ନେଇ ଜରୁରୀ ଟେଲିଫୋନ ନମ୍ୱର ଜାରି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ସହାୟତା ଟେଲିଫୋନ ନମ୍ବର -୧୦୪ ଜାରି କରାଯାଇଥିବା ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

#Odia#Odisha#News
Share Article:

Related Articles