News Room Odisha
BREAKING
Odia

ନୂଆ ବିଧାନସଭା ଗଠନ ନେଇ ରାଜ୍ୟପାଳଙ୍କୁ ଜଣାଇଲେ ନିର୍ବାଚନ କମିଶନ

ଭୁବନେଶ୍ୱର -ଓଡିଶାରେ ନୂଆ ବିଧାନସଭା ଗଠନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ନବ ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ତାଲିକାର ବିଜ୍ଞପ୍ତି ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭାରତ ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ନବଗଠିତ ବିଧାନସଭା ର ସଦସ୍ୟଙ୍କ ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. [...]

Admin•June 6, 2024
Share Article:

ଭୁବନେଶ୍ୱର -ଓଡିଶାରେ ନୂଆ ବିଧାନସଭା ଗଠନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି। ନବ ନିର୍ବାଚିତ ବିଧାନସଭା ସଦସ୍ୟଙ୍କ ତାଲିକାର ବିଜ୍ଞପ୍ତି ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଭାରତ ନିର୍ବାଚନ କମିଶନଙ୍କ ପ୍ରତିନିଧିଙ୍କ ସହ ରାଜ୍ୟପାଳଙ୍କୁ ସାକ୍ଷାତ କରି ନବଗଠିତ ବିଧାନସଭା ର ସଦସ୍ୟଙ୍କ ବିଜ୍ଞପ୍ତି ପ୍ରଦାନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍. ତିରୁମାଲା ନାୟକ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଶତୃଘ୍ନ କର, ଅଧିକାରୀ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ମିହିର ମହାନ୍ତି, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ ସାହୁ ଓ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ମାହାତୋ ଉପସ୍ଥିତ ରହି ଉକ୍ତ ବିଜ୍ଞପ୍ତିକୁ ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ । ଏହି ବିଜ୍ଞପ୍ତି ଓଡ଼ିଶା ରାଜପତ୍ରରେ ମଧ୍ୟ ପ୍ରକାଶିତ ହୋଇଛି।
ଓଡ଼ିଶାରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ପାଇଁ ରାଜ୍ୟପାଳ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଦଳ ତଥା ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଥିଲେ ।

#Odia#Odisha#News
Share Article:

Related Articles