News Room Odisha
BREAKING
Odia

ଆଉ ନାହାନ୍ତି ମିଡିଆ ମୋଗଲ ରାମୋଜୀ ରାଓ

ହାଇଦ୍ରାବାଦ – ପ୍ରସିଦ୍ଧ ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ଶିଳ୍ପପତି ରାମୋଜୀ ରାଓ ଆଉ ନାହାନ୍ତି। ଇନାଡୁ ଓ ରାମୋଜୀ ଗ୍ରୁପ୍ ପ୍ରତିଷ୍ଠାତା ଆଜି ସକାଳେ ୮୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାମୋଜୀ ଫିଲ୍ମ ସିଟି ସ୍ଥିତ ବାସଭବନରୁ ଗତକାଲି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି। ଏକ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରି ରାମୋଜୀ ରାଓ ଏକ ସଫଳ [...]

Admin•June 8, 2024
Share Article:

ହାଇଦ୍ରାବାଦ – ପ୍ରସିଦ୍ଧ ଗଣମାଧ୍ୟମ ବ୍ୟକ୍ତିତ୍ଵ ଓ ଶିଳ୍ପପତି ରାମୋଜୀ ରାଓ ଆଉ ନାହାନ୍ତି। ଇନାଡୁ ଓ ରାମୋଜୀ ଗ୍ରୁପ୍ ପ୍ରତିଷ୍ଠାତା ଆଜି ସକାଳେ ୮୭ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାମୋଜୀ ଫିଲ୍ମ ସିଟି ସ୍ଥିତ ବାସଭବନରୁ ଗତକାଲି ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି।

ଏକ ସାଧାରଣ କୃଷକ ପରିବାରରେ ଜନ୍ମଗ୍ରହଣ କରି ରାମୋଜୀ ରାଓ ଏକ ସଫଳ ଉଦ୍ୟୋଗୀ ହୋଇପାରିଥିଲେ । ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲା ପେଡାପାରୁପୁଡି ଗାଁରେ ୧୯୩୬ ମସିହା ନଭେମ୍ବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ରାମୋଜୀ ରାଓ । କଠୋର ପରିଶ୍ରମ ଓ ନିଷ୍ଠା ବଳରେ ସେ ବିଶ୍ୱର ବୃହତ୍ତମ ଥିମ୍ ପାର୍କ ଓ ଫିଲ୍ମ ଷ୍ଟୁଡିଓ ରାମୋଜୀ ଫିଲ୍ମ ସିଟି ପ୍ରତିଷ୍ଠା କରିଥିଲେ । ମାର୍ଗଦର୍ଶୀ ଚିଟ୍ ଫଣ୍ଡ, ଇନାଡୁ ଖବର କାଗଜ, ଇଟିଭି ନେଟୱର୍କ, ରମାଦେବୀ ପବ୍ଲିକ ସ୍କୁଲ୍ , ପ୍ରିୟା ଫୁଡସ, କଳାଞ୍ଜଳି , ଉଷାକିରଣ ମୁଭିଜ୍, ମୟୂରୀ ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍ସ ଓ ଡଲଫିନ ଗ୍ରୁପ୍ ଅଫ୍ ହୋଟେଲ ଭଳି କମ୍ପାନି ପ୍ରତିଷ୍ଠା କରିଥିଲେ ରାମୋଜୀ ରାଓ । ମିଡିଆ ମୋଗଲ ଭାବେ ଦେଶବିଦେଶରେ ରାମୋଜୀ ରାଓଙ୍କ ଖ୍ୟାତି ରହିଥିଲା ।

ସାମ୍ବାଦିକତା ସହ ଚଳଚ୍ଚିତ୍ର ପ୍ରଯୋଜନାରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ରାମୋଜୀ ରାଓ । ପ୍ରତିଷ୍ଠା କରିଥିଲେ ଉଷାକିରଣ ମୁଭିଜ୍ । ଏହି ବ୍ୟାନର ତଳେ ସେ ବହୁ ଉଚ୍ଚକୋଟୀର ଚଳଚିତ୍ର ନିର୍ମାଣ କରିଥିଲେ । ୧୯୮୪ରେ ପ୍ରଯୋଜକ ଭାବେ ରାମୋଜୀ ରାଓଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ଶ୍ରୀବାରିକି ପ୍ରେମଲେଖା’ । ମୟୂରୀ, ପ୍ରତିଘାତନା, ମୈ।ନ ପୋରାଟ୍ଟମ , ମନସୁ ମମତା, ଚିତ୍ରମ, ନୁବେ କାବାଲି ଭଳି କ୍ଲାସିକ ଚଳଚ୍ଚିତ୍ର ର ପ୍ରଯୋଜକ ଥିଲେ ରାମୋଜୀ ରାଓ । ତାଙ୍କ ପ୍ରଯୋଜିତ ଅଧିକାଂଶ ଫିଲ୍ମ ହିନ୍ଦିରେ ରିମେକ୍ ହୋଇଛି।

ସାମ୍ବାଦିକତା, ସାହିତ୍ୟ, ସିନେମା ଓ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ୨୦୧୬ ମସିହାରେ ରାମୋଜୀ ରାଓଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

#Odia#Odisha#News
Share Article:

Related Articles