News Room Odisha
BREAKING
Odia

ଟି-୨୦ ବିଶ୍ୱକପ: ଶ୍ରୀଲଙ୍କା ବିପକ୍ଷରେ ବାଂଲାଦେଶର ରୋମାଞ୍ଚକ ବିଜୟ

ଡାଲାସ: ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶ ୨୦୧୪ର ଚାମ୍ପିୟନ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାକୁ ପ୍ରଥମ ଥର ପାଇଁ ହରାଇଛି ବାଂଲାଦେଶ । ବାଂଲାଦେଶ ଟସ୍ ଜିତି ଶନିବାର ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା । ୧୨୪ ରନର ବିଜୟ ଲକ୍ଷ୍ୟର ଜବାବରେ ବାଂଲାଦେଶ [...]

Admin•June 8, 2024
Share Article:

ଡାଲାସ: ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶ ୨୦୧୪ର ଚାମ୍ପିୟନ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାକୁ ପ୍ରଥମ ଥର ପାଇଁ ହରାଇଛି ବାଂଲାଦେଶ ।

ବାଂଲାଦେଶ ଟସ୍ ଜିତି ଶନିବାର ଡାଲାସର ଗ୍ରାଣ୍ଡ୍ ପ୍ରେୟରୀ ଷ୍ଟାଡିୟମରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ମାତ୍ର ୧୨୪ ରନ୍ କରିଥିଲା । ୧୨୪ ରନର ବିଜୟ ଲକ୍ଷ୍ୟର ଜବାବରେ ବାଂଲାଦେଶ ୧୯ ଓଭରରେ ୮ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା।

ଏହି ବିଶ୍ୱକପ୍‌ରେ ଶ୍ରୀଲଙ୍କାର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଏହାପୂର୍ବରୁ ସିଂହଳୀ ଟିମ୍ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। ଅନ୍ୟପକ୍ଷରେ ଏହା ବାଂଲାଦେଶର ପ୍ରଥମ ମ୍ୟାଚ୍ ଥିଲା। ଦଳ ଗ୍ରୁପ୍ ଡିରେ ତୃତୀୟ ସ୍ଥାନରେ ଅଛି |

ବାଂଲାଦେଶ ସ୍ପିନର ରିଷାଦ ହୁସେନ୍ ତିନିଟି ୱିକେଟ୍ ନେଇଥିଲେ। ସେ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ।

#Odia#Odisha#News
Share Article:

Related Articles