ଟି-୨୦ ବିଶ୍ୱକପ୍ରେ ସର୍ବନିମ୍ନ ସ୍କୋର କଲା ଉଗାଣ୍ଡା, ୱେଷ୍ଟଇଣ୍ଡିଜ ୧୩୪ ରନରେ ବିଜୟୀ
ପ୍ରୋଭିଡେନ୍ସ: ଚଳିତ ଟି-୨୦ ବିଶ୍ୱକପ୍ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ୧୩୪ ରନର ବିଶାଳ ବ୍ୟବଧାନରେ ଉଗାଣ୍ଡାକୁ ହରାଇଛି । ଓ୍ବେଷ୍ଟଇଣ୍ଡିଜ ପ୍ରଦତ୍ତ ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଉଗାଣ୍ଡା ୧୨ ଓଭରରେ ମାତ୍ର ୩୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଟି-୨୦ ବିଶ୍ୱକପ୍ ଇତିହାସରେ ଯୁଗ୍ମ ସର୍ବନିମ୍ନ ସ୍କୋର | ୱେଷ୍ଟଇଣ୍ଡିଜ ପକ୍ଷରୁ ସ୍ପିନର ଅକିଲ ହୁସେନ୍ ଯାଦୁକରୀ ପ୍ରଦର୍ଶନ ସହ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି [...]
ପ୍ରୋଭିଡେନ୍ସ: ଚଳିତ ଟି-୨୦ ବିଶ୍ୱକପ୍ର ରବିବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ୧୩୪ ରନର ବିଶାଳ ବ୍ୟବଧାନରେ ଉଗାଣ୍ଡାକୁ ହରାଇଛି । ଓ୍ବେଷ୍ଟଇଣ୍ଡିଜ ପ୍ରଦତ୍ତ ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଉଗାଣ୍ଡା ୧୨ ଓଭରରେ ମାତ୍ର ୩୯ ରନରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହା ଟି-୨୦ ବିଶ୍ୱକପ୍ ଇତିହାସରେ ଯୁଗ୍ମ ସର୍ବନିମ୍ନ ସ୍କୋର | ୱେଷ୍ଟଇଣ୍ଡିଜ ପକ୍ଷରୁ ସ୍ପିନର ଅକିଲ ହୁସେନ୍ ଯାଦୁକରୀ ପ୍ରଦର୍ଶନ ସହ ସର୍ବାଧିକ ୫ ୱିକେଟ୍ ନେଇଥିଲେ। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ନିର୍ଦ୍ଧାରିତ ୨୦ ଓଭରରେ ୧୭୩/୫ ରନ୍ କରିଥିଲା। ଦଳ ପକ୍ଷରୁ ଜନସନ ଚାର୍ଲ୍ସ ୪୨ ବଲରେ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୪ ରନ୍ କରିଥିଲେ।
ପର୍ଯ୍ୟାୟକ୍ରମେ ରାଜ୍ୟରେ ସକ୍ରିୟ ହେବ ମୋୖସୁମୀ, ଗରମ ଓ ଗୁଳୁଗୁଳି ଜାରି
Next Articleଦୁଇ ଦିନ ଘୁଞ୍ଚିଲା ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
