News Room Odisha
BREAKING
Odia

ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର – ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ । ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ନବୀନ ନିବାସରେ ବିଜେଡି ସଭାପତି [...]

Admin•June 9, 2024
Share Article:

ଭୁବନେଶ୍ୱର – ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିଜେଡି ନେତା ତଥା କନ୍ଧମାଳର ପୂର୍ବତନ ଲୋକସଭା ସଦସ୍ୟ ଅଚ୍ୟୁତ ସାମନ୍ତ । ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ବି ଦୀର୍ଘ ୩୨ ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଆହୁରି ବ୍ୟାପକ କରିବେ ବୋଲି ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି। ଏହାସହ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ। ଗତକାଲି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଅଚ୍ୟୁତ ସାମନ୍ତ । ଉଭୟ ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ ଦଳ ସୁପ୍ରିମୋଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

#Odia#Odisha#News
Share Article:

Related Articles