ଟି-୨୦ ବିଶ୍ୱକପ: ବୋଲର ଦେଲେ ରୋମାଞ୍ଚକ ବିଜୟ, ପାକିସ୍ତାନକୁ ୬ ରନରେ ହରାଇଲା ଭାରତ
ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ [...]
ନ୍ୟୁୟର୍କ: ଟି-୨୦ ବିଶ୍ୱକପରେ ରବିବାର ଖେଳାଯାଇଥିବା ହାଇ ଭୋଲଟେଜ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ନାଟକୀୟ ବିଜୟ ହାସଲ କରିଛି । ଭାରତ ଏହି ଲୋ ସ୍କୋରିଂ ମ୍ୟାଚକୁ ୬ ରନରେ ଜିତିନେଇଛି । ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ଏହି ବହୁ ପ୍ରତିକ୍ଷୀତ ମ୍ୟାଚରେ ଟସ୍ ହାରି ବ୍ୟାଟିଂ କରିଥିବା ଭାରତ ୧୯ ଓଭରରେ ମାତ୍ର ୧୧୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୪୨ ରନ୍ କରିଥିଲେ। ପନ୍ତଙ୍କ ବ୍ୟତୀତ ରୋହିତ ଶର୍ମା (୧୩) ଓ ଅକ୍ଷର ପଟେଲ (୨୦) ହିଁ ଦୁଇ ଅଙ୍କ ଛୁଇଁ ପାରିଥିଲେ । ଏତେ କମ୍ ସ୍କୋର୍ କରିବା ପରେ ଲାଗୁଥିଲା ଭାରତ ପାଇଁ ଏହି ମ୍ୟାଚ୍ ଜିତିବା କଷ୍ଟକର। ହେଲେ ଯସପ୍ରୀତ ବୁମରା ଏବଂ ସାଥୀ ପରାଜୟ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ୧୨୦ ରନ୍ ବିଜୟଲକ୍ଷ୍ୟ ଜବାବରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୧୩ ରନ୍ କରିବାକୁ ସମର୍ଥ ହୋଇଥିଲା। ବୁମରା ୧୪ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିବା ବେଳେ ପାଣ୍ଡ୍ୟା ୨ଟି ୱିକେଟ୍ ପାଇଥିଲେ। ଅର୍ଶଦୀପ ଓ ଅକ୍ଷର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ବୁମରା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଭାରତର ଏହା ଲଗାତାର ଦ୍ବିତୀୟ ବିଜୟ । ଅନ୍ୟପକ୍ଷରେ ପାକିସ୍ତାନର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଦଳ ପ୍ରଥମ ମ୍ୟାଚରେ ଆମେରିକା ଠାରୁ ହାରିଥିଲା। ଏବେ ପାକିସ୍ତାନ ପାଇଁ ସୁପର-୮ରେ ପହଞ୍ଚିବା କଷ୍ଟକର ହୋଇପଡିଛି।
ଶେଷ ଓଭରରେ ପାକିସ୍ତାନକୁ ବିଜୟ ପାଇଁ ୧୮ ରନ୍ ଆବଶ୍ୟକ କରୁଥିଲା । ଅର୍ଶଦୀପ ସିଂଙ୍କୁ ଏହି ଓଭର ବୋଲିଂ କରାଇଥିଲେ ଅଧିନାୟକ ରୋହିତ। ପ୍ରଥମ ବଲରେ ଇମାଦ ଓ୍ବାସିମଙ୍କୁ (୧୫) ଆଉଟ୍ କରି ଦଳର ଆତ୍ମବିଶ୍ଵାସକୁ ଆକାଶ ଛୁଆଁ କରିଥିଲେ ଅର୍ଶଦୀପ। ଦ୍ଵିତୀୟ ବଲରେ ୧, ତୃତୀୟ ବଲରେ ୧ ଏବଂ ଚତୁର୍ଥ ବଲରେ ଚୌକା ଦେଇଥିଲେ। ଉତ୍ସାହ ମାନ୍ଦା ପଡ଼ିଯାଇଥିଲା ଯେବେ ନସୀମ ଶାହ ପଞ୍ଚମ ବଲକୁ ବଡ଼ ସଟ ମାରିବାକୁ ପ୍ରୟାସ କରିଥିଲେ । ଯାହା ହେଉ ତାହା ଚୌକାରେ ସୀମିତ ରହିଥିଲା।ଏ ସହ ପାକିସ୍ତାନର ସବୁ ଆଶା ମଉଳି ଯାଇଥିଲା। କାରଣ ଶେଷ ବଲରେ ୮ ରନ୍ ଦରକାର ଥିଲା। ଛକା ମାରିଲେବି ପାକିସ୍ତାନ ପକ୍ଷରେ ଆଉ ମ୍ୟାଚ୍ ନଥିଲା। ଅର୍ଶଦୀପ ୧ ରନ୍ ଦେଇ ଶେଷରେ ଦଳକୁ ୬ ରନ୍ରେ ବିଜୟୀ କରାଇଥିଲେ। ଭାରତ ପ୍ରଥମ ବ୍ୟାଟିଂ କରି ଯେଉଁ ଭଳି ବିପର୍ଯ୍ୟୟର ଶିକାର ହେଲା ସେଥୁରୁ ମୁକୁଳିବା ଥିଲା କଷ୍ଟକର ବ୍ୟାପାର। କିନ୍ତୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ନାଟକୀୟ ବିଜୟ ହାସଲ କରିଥିଲା।
ବିଜେପି ବିଧାୟକ ଦଳ ନେତା ବାଛିବେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଆସିବେ ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ
Next Articleଆଭ୍ୟନ୍ତରୀଣ ଓ ପଶ୍ଚିମରେ ଗ୍ରୀଷ୍ମ ପ୍ରବାହ ଜାରି, ରହିଛି ପକୂଳରେ ଗୁଳୁଗୁଳି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
