News Room Odisha
BREAKING
Odia

ସୋରଡ଼ାର ପ୍ରୟାସୀ: ମାଟ୍ରିକ୍ ମାର୍କ ଯେତିକି ଗଛ ଲଗାଇବେ ସେତିକି

ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ [...]

Admin•June 10, 2024
Share Article:
ସୋରଡ଼ାର ପ୍ରୟାସୀ: ମାଟ୍ରିକ୍ ମାର୍କ ଯେତିକି ଗଛ ଲଗାଇବେ ସେତିକି

ଭଞ୍ଜନଗର: ମାଟ୍ରିକ ପରୀକ୍ଷାରେ ସେ ହାସଲ କରିଛନ୍ତି ଏ-୧ ଗ୍ରେଡ୍। ୫୪୮ ମାର୍କ ରଖି ନିଜ ଗାଁ ଓ ବିଦ୍ୟାଳୟର ସୁନାମ ରଖିଛନ୍ତି। ଏଥିପାଇଁ ତ ସମସ୍ତେ ତାଙ୍କୁ ଓ ତାଙ୍କ ପିତାମାତାଙ୍କୁ ପ୍ରଶଂସା ତ କରୁଛନ୍ତି। ତେବେ ବର୍ତ୍ତମାନ ଆଉ ଏକ କାରଣ ପାଇଁ ସମସ୍ତେ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ କୁଲାଙ୍ଗି ହାଇସ୍କୁଲର ଛାତ୍ରୀ ପ୍ରୟାସୀ ପ୍ରଜ୍ଞା ଲେଙ୍କାଙ୍କୁ ସାବାସୀ ଦେଉଛନ୍ତି। କାରଣ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ମାଟ୍ରିକ୍ ବା ଦଶମ ଶ୍ରେଣୀ ପରୀକ୍ଷାରେ ସେ ଯେତେ ମାର୍କ ରଖିଛନ୍ତି ଏବେ ସେତିକି ଗଛ ଲଗାଇବେ। ପରିବେଶ ସୁରକ୍ଷା କରିବେ।
ପ୍ରକୃତି ସଂରକ୍ଷଣ ଦିଗରେ ଗୁଣ୍ଡୁଚି ମୂଷା ଭଳି ନିଜର ଅବଦାନ ରଖିବେ।

ଯେତେବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ନିଜ ନିଜ ସଫଳତାକୁ ନେଇ ଖୁସି ମନାଉଛନ୍ତି, ସମସ୍ତଙ୍କୁ ମିଠା ଖୁଆଉଛନ୍ତି ସେତେବେଳେ ପ୍ରୟାସୀ ନେଇଛନ୍ତି ଏଭଳି ଏକ ନିଆରା ପଦକ୍ଷେପ। ସେ ରଖିଥିବା ମାର୍କ ମୁତାବକ ୫୪୮ଟି ଚାରା ନିଜ ଘର, ବିଦ୍ୟାଳୟ ଓ ଗାଁର‌ ବିଭିନ୍ନ ସ୍ଥାନରେ ଲଗାଇବାକୁ ସ୍ଥିର କରିଛନ୍ତି। ଅତିଶୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିଲା ବେଳେ ତାଙ୍କ ମନରେ ଏଭଳି ଚିନ୍ତା ସୃଷ୍ଟି ହୋଇଛି। ବ୍ୟାପକ ଗଛ କଟା, ଜଙ୍ଗଲ ନଷ୍ଟ ଏବଂ ପରିବେଶ ପ୍ରଦୂଷଣ ଯୋଗୁଁ ବର୍ଷକୁ ବର୍ଷ ତାପମାତ୍ରା ଅହେତୁକ ବୃଦ୍ଧି ପାଉଛି। ଦିନରେ ପ୍ରଚଣ୍ଡ ତାତି ଓ ରାତିରେ ଅସହ୍ୟ ଗୁଳୁଗୁଳିରେ ଛଟପଟ ହେଉଛି ମାନବ ସମାଜ। ଏଣୁ ପ୍ରୟାସୀ ବ୍ୟାପକ ଚାରା ଲଗାଇବା ସହ ତା’ର ଯତ୍ନ ନେଇ ସେଗୁଡ଼ିକୁ ବଡ଼ କରାଇ ସବୁଜିମାରେ ଭରି ଦେବେ ବୋଲି ପଣ କରିଛନ୍ତି। ବାପା ପ୍ରଫୁଲ୍ଲ କୁମାର ଲେଙ୍କା ଓ ମାଆ ତଥା ଏଏନଏମ୍ କର୍ମୀ ପ୍ରିୟମ୍ବଦା ମହାନ୍ତିଙ୍କ ସହ କୁଲାଙ୍ଗି ଗ୍ରାମରେ ରହୁଥିବା ପ୍ରୟାସୀ ନିଜ ସଫଳତାର ଶ୍ରେୟ ଓ ଏଭଳି ନିଷ୍ପତ୍ତି ପାଇଁ ବାପା, ମାଆ ଏବଂ ଶିକ୍ଷକଙ୍କ ପ୍ରେରଣାକୁ ଶ୍ରେୟ‌ ଦେଇଛନ୍ତି।

#Odia#Odisha#News
Share Article:

Related Articles