News Room Odisha
BREAKING
Odia

ଆଇସିସିର ଏହି ନିୟମ ଯୋଗୁଁ ହାରିଲା ବାଂଲାଦେଶ !

ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ସୋମବାର ଏକ ରୋମାଞ୍ଚକର ଲୋସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୪ ରନରେ ହାରିଯାଇଛି ବାଂଲାଦେଶ। ଦଳ ଆଗରେ ମାତ୍ର ୧୧୪ ରନର ଟାର୍ଗେଟ ଥିଲା । ହେଲେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୦୯ ରନ୍ କରିବାକୁ ସମର୍ଥ ହୋଇଥିଲା। ଆଇସିସିର ଏକ ନିୟମ ଯୋଗୁଁ ବାଂଲାଦେଶ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଏହି ନିୟମ ଅନୁଯାୟୀ ଅମ୍ପାୟାର ବାଂଲାଦେଶ ଦଳକୁ ୪ [...]

Admin•June 11, 2024
Share Article:

ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ସୋମବାର ଏକ ରୋମାଞ୍ଚକର ଲୋସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୪ ରନରେ ହାରିଯାଇଛି ବାଂଲାଦେଶ। ଦଳ ଆଗରେ ମାତ୍ର ୧୧୪ ରନର ଟାର୍ଗେଟ ଥିଲା । ହେଲେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୦୯ ରନ୍ କରିବାକୁ ସମର୍ଥ ହୋଇଥିଲା। ଆଇସିସିର ଏକ ନିୟମ ଯୋଗୁଁ ବାଂଲାଦେଶ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଏହି ନିୟମ ଅନୁଯାୟୀ ଅମ୍ପାୟାର ବାଂଲାଦେଶ ଦଳକୁ ୪ ରନ୍ ଦେଇନଥିଲେ । ପରିଣାମ ସ୍ୱରୂପ ବାଂଲାଦେଶକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ କ’ଣ ଏହି ନିୟମ? ଯାହା ବାଂଲାଦେଶ ପଥରେ କଣ୍ଟା ସାଜିଥିଲା? ଆସନ୍ତୁ ଜାଣିବା…

ବାଂଲାଦେଶ ଦକ୍ଷିଣ ଆଫ୍ରିକା ଠାରୁ ମାତ୍ର ୪ ରନରେ ହାରିଥିଲା । ବାଂଲାଦେଶ ସ୍କୋରରେ ଏକ ଚୌକା ମିଶିନଥିଲା, ଯାହା ଶେଷରେ ଦଳର ପରାଜୟର ବ୍ୟବଧାନ ପାଲଟିଥିଲା। ଏହି ଚୌକା ଟୁର୍ଣ୍ଣାମେଣ୍ଟରେ ବାଂଲାଦେଶକୁ କ୍ରମାଗତ ଦ୍ୱିତୀୟ ବିଜୟ ଦେଇପାରିଥାନ୍ତା, କିନ୍ତୁ ତାହା ଆଇସିସିର ଏକ ନିୟମ ଯୋଗୁଁ ସମ୍ଭବ ହୋଇନଥିଲା।

ବାଂଲାଦେଶ ଯେତେବେଳେ ଦକ୍ଷିଣ ଆଫ୍ରିକା ଦେଇଥିବା ୧୧୪ ରନର ଟାର୍ଗେଟକୁ ପିଛା କରୁଥିଲା, ସେତେବେଳେ ଦଳକୁ ୧୭ତମ ଓଭରର ଦ୍ୱିତୀୟ ବଲରେ ୪ ରନ୍ ଲେଗ୍ ବାଇ ଦିଆଯାଇ ନଥିଲା। ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଓଟନିଲ୍ ବାର୍ଟମ୍ୟାନ୍ ୧୭ତମ ଓଭର ବୋଲିଂ କରୁଥିଲେ। ସାମ୍ନାରେ ଥିଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍ ମହମୁଦୁଲ୍ଲା । ସେହି ଓଭରର ଦ୍ବିତୀୟ ବଲ୍ ମହମୁଦୁଲ୍ଲାଙ୍କ ପ୍ୟାଡକୁ ବାଜି ପଛପଟେ ବାଉଣ୍ଡରୀ ଲାଇନ ପାର କରିଥିଲା। ଏହାକୁ ୪ ଲେଗ୍ ବାଇ ରନ୍ ଦିଆଯିବା ଉଚିତ। ତେବେ ବଲ୍ ବାଉଣ୍ଡରୀ ଲାଇନ୍ ପହଞ୍ଚିବା ପୂର୍ବରୁ ଦକ୍ଷିଣ ଆଫ୍ରିକା ପକ୍ଷରୁ ଏଲବିଡବ୍ଲ୍ୟୁ ପାଇଁ ଅପିଲ କରାଯାଇଥିଲା ।

ଦକ୍ଷିଣ ଆଫ୍ରିକାର ଅପିଲକୁ ଗ୍ରହଣ କରି ଅମ୍ପାୟର ମହମୁଦୁଲ୍ଲାଙ୍କୁ ଆଉଟ୍ ଦେଇଥିଲେ। କିନ୍ତୁ ମହମୁଦୁଲ୍ଲା ତୁରନ୍ତ ଏହି ନିଷ୍ପତ୍ତି ବିରୋଧରେ ରିଭ୍ୟୁ ନେଇଥିଲେ । ତୃତୀୟ ଅମ୍ପାୟାର ତାଙ୍କୁ ନଟ୍ ଆଉଟ୍ ଘୋଷଣା କରିଥିଲେ। ମହମ୍ମଦୁଲା ଯଦି ନଟ୍ ଆଉଟ୍ ଥିଲେ, ତେବେ ବାଂଲାଦେଶକୁ ୪ ଲେଗ୍ ବାଇ ରନ୍ ମିଳିବା ଉଚିତ ବୋଲି ସେତେବେଳେ ଅନେକ ଫ୍ୟାନ୍ ଆଶା କରିଥିଲେ । କିନ୍ତୁ ଏକ ନିୟମ ଯୋଗୁଁ ସେପରି ହୋଇନଥିଲା । ନିୟମ ଅନୁଯାୟୀ, ଯଦି ଫିଲ୍ଡ ଅମ୍ପାୟାର ଥରେ ଆଉଟ୍ ବୋଲି ସଙ୍କେତ ଦିଅନ୍ତି, ତେବେ ସେହି ବଲରେ ଚୌକା ବାଜିଲେ ବି ତାହା ରନ୍ ଭାବେ ଗଣାଯିବ ନାହିଁ। କାରଣ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ଦେବା ପରେ ବଲ୍ ଡେଡ୍ ହୋଇଯାଏ। ଅର୍ଥାତ୍ ସେହି ବଲରେ କୌଣସି ରନ୍ ହୋଇଥିଲେ ବି ତାହା ବ୍ୟାଟିଂ ଦଳର ସ୍କୋରରେ ମିଶେ ନାହିଁ । ଏହି ଡେଡ୍ ବଲ୍ ନିୟମ ପାଇଁ ବାଂଲାଦେଶ ବିଜୟରୁ ବଞ୍ଚିତ ହୋଇଥିଲା।

#Odia#Odisha#News
Share Article:

Related Articles