News Room Odisha
BREAKING
Odia

ଟି-୨୦ ବିଶ୍ୱକପ: ୪୮ ରନର‌ ଟାର୍ଗେଟକୁ ୧୯ ବଲରେ ଚେଜ୍ କଲା ଇଂଲଣ୍ଡ, ସୁପର-୮ ଆଶା ଉଜ୍ଜୀବିତ

ନର୍ଥ ସାଉଣ୍ଡ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଟି-୨୦ ବିଶ୍ୱକପର ଏକ ଗ୍ରୁପ୍ ବି’ ମ୍ୟାଚରେ ଓମାନକୁ ୮ ୱିକେଟରେ ହରାଇ ସୁପର-୮ ଆଶା ଉଜ୍ଜୀବିତ କରିଛି । ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓମାନ ଦଳ ୧୩.୨ ଓଭରରେ ମାତ୍ର ୪୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଓମାନର ୧୦ ଜଣ ବ୍ଯାଟର ଦୁଇ [...]

Admin•June 14, 2024
Share Article:

ନର୍ଥ ସାଉଣ୍ଡ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ଟି-୨୦ ବିଶ୍ୱକପର ଏକ ଗ୍ରୁପ୍ ବି’ ମ୍ୟାଚରେ ଓମାନକୁ ୮ ୱିକେଟରେ ହରାଇ ସୁପର-୮ ଆଶା ଉଜ୍ଜୀବିତ କରିଛି । ଆଣ୍ଟିଗୁଆର ସାର୍ ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଓମାନ ଦଳ ୧୩.୨ ଓଭରରେ ମାତ୍ର ୪୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଓମାନର ୧୦ ଜଣ ବ୍ଯାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଏହାର ଜବାବରେ ଇଂଲଣ୍ଡ ୨ ୱିକେଟ୍ ହରାଇ କେବଳ ୩.୧ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ରନ୍ ରେଟ୍ ଦୃଷ୍ଟିରୁ ସ୍କଟଲ୍ୟାଣ୍ଡକୁ ଟପିବା ପାଇଁ ଇଂଲଣ୍ଡକୁ ଏହି ଲକ୍ଷ୍ୟ ୫.୧ ଓଭରରେ ଚେଜ୍ କରିବାର ଥିଲା। ତେବେ ଦଳ ମାତ୍ର ୩.୧ ଓଭର ଅର୍ଥାତ୍ ୧୯ଟି ବଲରେ ଚେଜ୍ କରିବାରେ ସଫଳ ହୋଇଥିଲା।

ଏହି ଏକତରଫା ବିଜୟ ପରେ ଇଂଲଣ୍ଡର ପ୍ଲେ ଅଫ୍ ଆଶା ଉଜ୍ଜୀବିତ ହୋଇଛି | ଅଷ୍ଟ୍ରେଲିଆ ୬ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବା ବେଳେ ତିନୋଟି ମ୍ୟାଚରୁ ସ୍କଟଲାଣ୍ଡର ୩ ପଏଣ୍ଟ ରହିଛି | ଓମାନ ବିପକ୍ଷ ବଡ଼ ବିଜୟ ପରେ ଇଂଲଣ୍ଡର ପଏଣ୍ଟ ସଂଖ୍ୟା ମଧ୍ୟ ୩କୁ ବୃଦ୍ଧି ହୋଇଛି । ଏହାଛଡ଼ା ଦଳର‌ ନେଟ୍ ରନ୍ ରେଟ୍ ମଧ୍ୟ ସ୍କଟଲ୍ୟାଣ୍ଡକୁ ଟପିଛି । ସ୍କଟଲ୍ୟାଣ୍ଡ ଯଦି ପରବର୍ତ୍ତୀ ମ୍ୟାଚ୍ ହାରିଯାଏ ଓ ଇଂଲଣ୍ଡ ବଡ଼ ମ୍ୟାଚରେ ବିଜୟୀ ହୋଇଯାଏ ତେବେ ଦଳ ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବ। ଓମାନ ସମସ୍ତ ୪ଟି ମ୍ୟାଚ୍ ହାରି ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଛି ।

ପୂର୍ବରୁ ଇଂଲଣ୍ଡ ବୋଲରଙ୍କ ଆଗରେ ଓମାନ ସଂଘର୍ଷ କରିଥିଲା। ଇଂଲଣ୍ଡ ତରଫରୁ ସ୍ପିନର ଆଦିଲ ରସିଦ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ପେସର୍ ମାର୍କ ଉଡ୍ ଏବଂ ଜୋଫ୍ରା ଆର୍ଚର ୩ଟି ଲେଖାଏଁ ୱିକେଟ୍ ପାଇଥିଲେ।

#Odia#Odisha#News
Share Article:

Related Articles