ଟି-୨୦ ବିଶ୍ୱକପ: ନେପାଳଠୁ ହାରୁ ହାରୁ ଜିତିଲା ଦକ୍ଷିଣ ଆଫ୍ରିକା
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ଗ୍ରୁପ୍ ଡି’ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେପାଳକୁ ୧ ରନରେ ହରାଇଛି । ଶେଷ ଓଭରରେ ଜିତିବା ପାଇଁ ନେପାଳକୁ ୮ ରନ୍ ଦରକାର ହେଉଥିଲା । ହେଲେ ନେପାଳ ଏହି ଓଭରରେ ମାତ୍ର ୬ ରନ୍ ଉଠାଇ ଦକ୍ଷିଣ ଆଫ୍ରିକାକୁ ହରାଇବା ସୁଯୋଗ ହାତଛଡ଼ା କରିଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଓଟନିଲ ବାର୍ଟମ୍ୟାନ୍ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ପ୍ରଥମ ୫ ବଲରେ ଷ୍ଟ୍ରାଇକ୍ ନେଇଥିବା ନେପାଳ [...]
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ଅନୁଷ୍ଠିତ ଗ୍ରୁପ୍ ଡି’ ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେପାଳକୁ ୧ ରନରେ ହରାଇଛି । ଶେଷ ଓଭରରେ ଜିତିବା ପାଇଁ ନେପାଳକୁ ୮ ରନ୍ ଦରକାର ହେଉଥିଲା । ହେଲେ ନେପାଳ ଏହି ଓଭରରେ ମାତ୍ର ୬ ରନ୍ ଉଠାଇ ଦକ୍ଷିଣ ଆଫ୍ରିକାକୁ ହରାଇବା ସୁଯୋଗ ହାତଛଡ଼ା କରିଥିଲା।
ଦକ୍ଷିଣ ଆଫ୍ରିକା ପାଇଁ ଓଟନିଲ ବାର୍ଟମ୍ୟାନ୍ ଶେଷ ଓଭର ବୋଲିଂ କରିଥିଲେ। ଏହି ଓଭରରେ ପ୍ରଥମ ୫ ବଲରେ ଷ୍ଟ୍ରାଇକ୍ ନେଇଥିବା ନେପାଳ ବ୍ୟାଟ୍ସମ୍ୟାନ୍ ଗୁଲଶାନ୍ ଝା ୬ ରନ୍ ହିଁ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲେ। ଶେଷ ବଲରେ ୨ ରନ୍ ଆବଶ୍ୟକ ହେଉଥିବା ବେଳେ । ହେଲେ ଗୁଲଶାନ ବିଟ୍ ହୋଇଥିଲେ। ଏହା ସତ୍ତ୍ୱେ ସେ ରନ୍ ନେବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ରନ୍ ଆଉଟ୍ ହୋଇଯାଇଥିଲେ। ନେପାଳ ମାତ୍ର ୧ ରନ୍ରେ ମ୍ୟାଚ୍ ହାରିଯାଇଥିଲା ବେଳେ ଦକ୍ଷିଣ ଆଫ୍ରିକା ଏକ ବିପର୍ଯ୍ୟୟରୁ ବର୍ତ୍ତି ଯାଇଥିଲା ।
ନେପାଳ ଟସ୍ ଜିତି ଶନିବାର କିଙ୍ଗ୍ସଟାଉନ ଆର୍ନୋସ୍ ଭାଲେ ଗ୍ରାଉଣ୍ଡରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ଓ୍ବିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବାକୁ ସମର୍ଥ ହୋଇଥିଲା । ନେପାଳ ୧୧୬ ରନ୍ ଜବାବରେ ୭ ୱିକେଟ୍ ହରାଇ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ସ୍ପିନର ତାବ୍ରେଜ ସାମସି ୪ ୱିକେଟ୍ ନେଇ ଦଳର ବିଜୟରେ ନାୟକ ସାଜିଥିଲେ। ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଥିବା ଦକ୍ଷିଣ ଆଫ୍ରିକା ଗ୍ରୁପ୍ ଡି’ର ସମସ୍ତ ୪ଟି ଯାକ ମ୍ୟାଚ୍ ଜିତି ଲିଗ୍ ଅଭିଯାନ ଶେଷ କରିଛି ।
ମୋୖସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ, ୧୭ ଓ ୧୮ରେ ବର୍ଷା ସମ୍ଭାବନା
Next ArticleMortal Remains of Two Kuwait Fire Tragedy Victims Arrive In Bhubaneswar
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
