News Room Odisha
BREAKING
Odia

ରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ, ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି ‌। ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ [...]

Admin•June 17, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି ‌। ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ ଗୋଟିଏ ଆସନରେ ସାଂସଦ ରହିପାରିବେ।”

ଆସନ୍ତାକାଲି ଶେଷ ଦିନ ହୋଇଥିବାରୁ ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ ରାହୁଲ ଗାନ୍ଧୀ ରାଏବରେଲି ଆସନରୁ ସାଂସଦ ରହିବେ, କାରଣ ଏହି ଆସନ ପ୍ରତି ତାଙ୍କ ପରିବାରର ବହୁ‌ ପୂର୍ବରୁ ହିଁ ଘନିଷ୍ଠ ସମ୍ପର୍କ ରହିଛି।

ଖଡ଼ଗେ କହିଛନ୍ତି, “ଗାନ୍ଧୀ ପରିବାର ସହ ରାଏବରେଲି ସମ୍ପର୍କ ରହିଛି। ସେଠାରେ ଥିବା ଲୋକ ଏବଂ ଦଳ ବିଶ୍ୱାସ କରନ୍ତି ଯେ ରାହୁଲ ଗାନ୍ଧୀ ରା ବରେଲି ଆସନରୁ ସାଂସଦ ହେବା ଉଚିତ୍।”

“ୱାୟାନାଡର ଲୋକମାନେ ମଧ୍ୟ ଚାହୁଁଛନ୍ତି ଯେ ରାହୁଲ ଗାନ୍ଧୀ ସେମାନଙ୍କର ସାଂସଦ ହୁଅନ୍ତୁ। ରାହୁଲ ଗାନ୍ଧୀଙ୍କୁ ୱାୟାନାଡ ଲୋକଙ୍କ ଭଲ ପାଇବା ମିଳିଛି। କିନ୍ତୁ ରାହୁଲ ଗାନ୍ଧୀଙ୍କୁ କେବଳ ଗୋଟିଏ ଆସନରୁ ହିଁ ସାଂସଦ ରହିପାରିବେ ।”

ରାହୁଲ ଗାନ୍ଧୀ କହିଛନ୍ତି, ଉଭୟ ରାଏବରେଲି ଏବଂ ୱାୟନାଡ ସହ ତାଙ୍କ ଆନ୍ତରିକତା ରହିଛି। ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ।

ଏଥର ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟାନାଡ ବ୍ୟତୀତ ରାଏବରେଲିରୁ ବି ନିର୍ବାଚନ ଲଢ଼ିଥିଲେ। ସେ ଉଭୟ ଆସନରୁ ବିଜୟୀ ହୋଇଥିଲେ।

#Odia#Odisha#News
Share Article:

Related Articles