News Room Odisha
BREAKING
Odia

ମୁକୁଳା ଡ୍ରେନ୍‌ରେ ଭାସି ନାବାଳକର ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା

ଭୁବନେଶ୍ୱର – ଆଜି ଭୁବନେଶ୍ବରର ୟୁନିଟ-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବେକର ସାହା ନାମକ ଏକ ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ନାବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ଏସଡି ଆରଏଫରୁ ପ୍ରଦାନ କରାଯିବ। ମୁକୁଳା ଡ୍ରେନରେ ପଡ଼ି ଅନେକ [...]

Admin•June 18, 2024
Share Article:

ଭୁବନେଶ୍ୱର – ଆଜି ଭୁବନେଶ୍ବରର ୟୁନିଟ-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡି ଆବୁ ବେକର ସାହା ନାମକ ଏକ ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି୤

ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ନାବାଳକଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ଚାରି ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହା ଏସଡି ଆରଏଫରୁ ପ୍ରଦାନ କରାଯିବ।

ମୁକୁଳା ଡ୍ରେନରେ ପଡ଼ି ଅନେକ ଜୀବନ ହାନି ହେଉଥିବାରୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ଭୁବନେଶ୍ଵରର ସବୁ ମୁକୁଳା ଡ୍ରେନ ଗୁଡ଼ିକୁ ତୁରନ୍ତ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁକୁଳା ଡ୍ରେନ ସମସ୍ୟା ର ତୁରନ୍ତ ସମାଧାନ ପାଇଁ ସେ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

#Odia#Odisha#News
Share Article:

Related Articles