News Room Odisha
BREAKING
Odia

ଆଜି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ବର – ଆଜି ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ଆଜି ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି। ଆଜି ଅପରାହ୍ନ ୪ଟା ୩୦ରେ ଶଙ୍ଖଭବନରେ ବିଧାୟକ [...]

Admin•June 19, 2024
Share Article:

ଭୁବନେଶ୍ବର – ଆଜି ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ଆଜି ଶଙ୍ଖ ଭବନରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଧାୟକ ଦଳର ନେତା ନିର୍ବାଚନ କରାଯିବ। ବିଧାନସଭାରେ ବିଜେଡି ବିରୋଧୀ ଦଳ ଆସନ ପାଇଥିବାରୁ ଦଳର ନେତା ବିରୋଧୀ ଦଳର ନେତା ମାନ୍ୟତା ପାଇବେ। ସୂଚନାଯୋଗ୍ୟ ଯେ, ସପ୍ତଦଶ ବିଧାନସଭା ନିର୍ବାଚନରେ ବିଜେଡି ୫୧ ଆସନରେ ବିଜୟୀ ହୋଇଛି। ଆଜି ଅପରାହ୍ନ ୪ଟା ୩୦ରେ ଶଙ୍ଖଭବନରେ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ। ବିଜେଡି ସଭାପତି ନବୀନ ପଟ୍ଟନାୟକ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି। ବୈଠକରେ ବିଧାନସଭାରେ ଦଳର ଉପନେତା, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ନାଁ ମଧ୍ୟ ଘୋଷଣା ହେବା ସମ୍ଭାବନା ରହିଛି।

#Odia#Odisha#News
Share Article:

Related Articles