News Room Odisha
BREAKING
Odia

ଭଞ୍ଜନଗର ସହରତଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ: ବନ ବିଭାଗ ଟ୍ରାପ୍ କ୍ୟାମେରା ଖଞ୍ଜିଲା

ଭଞ୍ଜନଗର: ସହରତଳି କେଏସୟୁବି କଲେଜ ନିକଟ ଲଣ୍ଡେଇ ସାହି ରାମକୃଷ୍ଣ ନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ବାଘ ଭଳି ଦିଶୁଥିବା ଏକ ଜନ୍ତୁ ଘୁରି ବୁଲୁଥିବା, ଏପରିକି ଅଞ୍ଚଳର ବାଲି ମାଟିରେ ଉକ୍ତ ଜନ୍ତୁର ପାଦ ଚିହ୍ନ ଠାବ କରାଯିବା ପରେ ଲୋକେ ଏହା ଏକ କଲରାପତରିଆ ବାଘ ବୋଲି ଆଶଙ୍କା କରି ଭୟଭୀତ ହୋଇ ଉଠିଛନ୍ତି। ସେପଟେ ଏହି ଜନ୍ତୁଟି ବାସ୍ତବରେ କ’ଣ ତାହା ଜାଣିବା [...]

Admin•June 19, 2024
Share Article:

ଭଞ୍ଜନଗର: ସହରତଳି କେଏସୟୁବି କଲେଜ ନିକଟ ଲଣ୍ଡେଇ ସାହି ରାମକୃଷ୍ଣ ନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖା ଦେଇଛି। ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜରୁ ବାଘ ଭଳି ଦିଶୁଥିବା ଏକ ଜନ୍ତୁ ଘୁରି ବୁଲୁଥିବା, ଏପରିକି ଅଞ୍ଚଳର ବାଲି ମାଟିରେ ଉକ୍ତ ଜନ୍ତୁର ପାଦ ଚିହ୍ନ ଠାବ କରାଯିବା ପରେ ଲୋକେ ଏହା ଏକ କଲରାପତରିଆ ବାଘ ବୋଲି ଆଶଙ୍କା କରି ଭୟଭୀତ ହୋଇ ଉଠିଛନ୍ତି। ସେପଟେ ଏହି ଜନ୍ତୁଟି ବାସ୍ତବରେ କ’ଣ ତାହା ଜାଣିବା ପାଇଁ ବନବିଭାଗ ସେହି ଅଞ୍ଚଳରେ ଟ୍ରାପ୍ କ୍ୟାମେରା ଖଞ୍ଜିଛି।

ଭଞ୍ଜନଗର ସହରତଳି ରାମକୃଷ୍ଣ ନଗରରେ ଏବେ ବାଘ ଭଳି କୈାଣସି ଏକ ଜନ୍ତୁ ବୁଲୁଥିବା ନେଇ ଲୋକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ପୂର୍ବରୁ ଭଞ୍ଜନଗର ପାଖ ଜଙ୍ଗଲ ଇଲାକା ତଥା ମୁଜାଗଡ, ଗୁଣ୍ଡୁରିବାଡି, ଦଦରାଲୁଣ୍ଡା, ବାଇବାଲି ପଞ୍ଚାୟତରେ ବାଘ ବୁଲିବା ସହ ଗାଈଗୋରୁ ମାରି ଖାଇ ଯାଉଥିବା ନଜିର ରହିଛି। ହେଲେ ଏବେ ଭଞ୍ଜନଗର ସହର ଅତି ନିକଟକୁ ଏହି ବନ୍ୟଜନ୍ତୁ ପଶି ଆସିବା ଘଟଣା ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଛି। ଆଜି ଭୋର ପ୍ରାୟ ୩ଟାରେ ବନ୍ୟଜନ୍ତୁଟି ଅଞ୍ଚଳରେ ଘୁରି ବୁଲୁଥିବା ସିସିଟିଭିରେ କଏଦ ହୋଇଛି। ବନବିଭାଗ କର୍ମଚାରୀଙ୍କ ସମେତ ଉତ୍ତର ଘୁମୁସର ବନଖଣ୍ଡ ଡିଏଫଓ ହିମାଂଶୁ ଶେଖର ମହାନ୍ତି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି। ଉକ୍ତ ଜନ୍ତୁର ପାଦ ଚିହ୍ନ ସଂଗ୍ରହ ସହ ତାହା ବାଘ ନା ଅନ୍ୟ କେଉଁ ଜନ୍ତୁ ଚିହ୍ନଟ କରିବା ସକାଶେ ଟ୍ରାପ୍ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟ୍ରାପ୍ କ୍ୟାମେରାରେ ସଂଗୃହିତ ଫୁଟେଜ୍ ଏବଂ ପାଦ ଚିହ୍ନ ସଂଗ୍ରହ ହେଲା ପରେ ତାହା କେଉଁ ପ୍ରଜାତିର ବନ୍ୟଜନ୍ତୁ ସ୍ପଷ୍ଟ ଜଣାପଡିବ ବୋଲି ଅନୁମାନ କରାଯାଉଛି।

#Odia#Odisha#News
Share Article:

Related Articles