News Room Odisha
BREAKING
Odia

ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗୁରୁବାର ଜାମିନ ଦେଇଛନ୍ତି। ଜଜ୍ ନ୍ୟାୟବିନ୍ଦୁଙ୍କ ଅବକାଶ କାଳୀନ ଖଣ୍ଡପୀଠ କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ଇଡି ତରଫରୁ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁରକୁ ବିରୋଧ କରାଯାଇଥିଲା । ହେଲେ କୋର୍ଟ ଇଡିର ଯୁକ୍ତି ପ୍ରତ୍ୟାଖ୍ୟାନ କରିଥିଲେ। ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଲୋକସଭା [...]

Admin•June 20, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଗୁରୁବାର ଜାମିନ ଦେଇଛନ୍ତି। ଜଜ୍ ନ୍ୟାୟବିନ୍ଦୁଙ୍କ ଅବକାଶ କାଳୀନ ଖଣ୍ଡପୀଠ କେଜ୍ରିୱାଲଙ୍କୁ ୧ ଲକ୍ଷ ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି। ଇଡି ତରଫରୁ କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁରକୁ ବିରୋଧ କରାଯାଇଥିଲା । ହେଲେ କୋର୍ଟ ଇଡିର ଯୁକ୍ତି ପ୍ରତ୍ୟାଖ୍ୟାନ କରିଥିଲେ।

ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ମେ ୧୦ରେ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ୨୧ ଦିନ ଜାମିନରେ ଆସିବା ପରେ କେଜ୍ରିୱାଲ ଜୁନ୍ ୨ରେ ତିହାରରେ ଆତ୍ମସମର୍ପଣ କରିଥିଲେ। କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବୁଧବାର ଶେଷ ହୋଇଥିଲା, ଯାହାକୁ କୋର୍ଟ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

#Odia#Odisha#News
Share Article:

Related Articles