ପେପର ଲିକ୍ ବିବାଦ ମଧ୍ୟରେ ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ସ୍ଥଗିତ
ନୂଆଦିଲ୍ଲୀ: ପେପର ଲିକ୍ ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଉ ଏକ ଜାତୀୟ ସ୍ତରର ପରୀକ୍ଷା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ୨୦୨୪କୁ ମଧ୍ୟ ସ୍ଥଗିତ ରଖିଛି । ଏହି ପରୀକ୍ଷା ୨୫ ରୁ ୨୭ ଜୁନ୍ ପର୍ଯ୍ୟନ୍ତ ହେବାର ଥିଲା । କିଛି ଅନିବାର୍ଯ୍ୟ କାରଣ ଏବଂ ଲଜିଷ୍ଟିକ୍ ଜନିତ ଅସୁବିଧା ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଏନଟିଏ ଏକ ବିବୃତ୍ତିରେ କହିଛି । ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ପ୍ରାର୍ଥୀଙ୍କୁ ଖୁବ୍ ଶୀଘ୍ର [...]
ନୂଆଦିଲ୍ଲୀ: ପେପର ଲିକ୍ ବିବାଦ ମଧ୍ୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଆଉ ଏକ ଜାତୀୟ ସ୍ତରର ପରୀକ୍ଷା ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ୨୦୨୪କୁ ମଧ୍ୟ ସ୍ଥଗିତ ରଖିଛି । ଏହି ପରୀକ୍ଷା ୨୫ ରୁ ୨୭ ଜୁନ୍ ପର୍ଯ୍ୟନ୍ତ ହେବାର ଥିଲା । କିଛି ଅନିବାର୍ଯ୍ୟ କାରଣ ଏବଂ ଲଜିଷ୍ଟିକ୍ ଜନିତ ଅସୁବିଧା ଯୋଗୁଁ ପରୀକ୍ଷା ସ୍ଥଗିତ ରଖାଯାଇଛି ବୋଲି ଏନଟିଏ ଏକ ବିବୃତ୍ତିରେ କହିଛି ।
ପରୀକ୍ଷାର ନୂଆ ତାରିଖ ସମ୍ପର୍କରେ ପ୍ରାର୍ଥୀଙ୍କୁ ଖୁବ୍ ଶୀଘ୍ର ସୂଚନା ଦିଆଯିବ ବୋଲି ଏନଟିଏ କହିଛି।
ସଦ୍ୟତମ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ csirnet.nta.ac.in ଦେଖିବାକୁ କହିଛି ଏନଟିଏ |
ସିଏସ୍ଆଇଆର୍-ୟୁଜିସି-ନେଟ୍ ପରୀକ୍ଷା ହେଉଛି ଏକ ଜାତୀୟ ସ୍ତରର ଯୋଗ୍ୟତା ପରୀକ୍ଷା | ଏହି ପରୀକ୍ଷା ଜରିଆରେ ଜୁନିଅର ରିସର୍ଚ୍ଚ ଫେଲୋ ଏବଂ ଲେକଚରସିପ୍ ଏବଂ ଆସିଷ୍ଟାଣ୍ଟ ଲେକଚରସିପ୍ ପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯାଏ ।
କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏବଂ ୟୁନିଭରସିଟି ଗ୍ରାଣ୍ଟ କମିଶନ ମିଳିତ ଭାବେ ଏହି ପରୀକ୍ଷାକ ଏନଟିଏ ସହଯୋଗର କରିଥାନ୍ତି ।
ନିଟ୍-ୟୁଜି ପେପର ଲିକ୍ ବିବାଦର କେନ୍ଦ୍ରରେ ଥିବା ଏନଟିଏ ଦୁଇ ଦିନ ତଳେ ୟୁଜିସି-ନେଟ୍ ପରୀକ୍ଷା ବାତିଲ କରିଥିଲା। ପେପର ଲିକ୍ ସନ୍ଦେହରେ ଏହି ନିଷ୍ପତ୍ତି ନେଇଥିଲା ଏନଟିଏ।
୨୦୩୬ ପର୍ଯ୍ୟନ୍ତ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ
Next Articleଗୀତା ଉପଦେଶ: ମନକୁ ନିୟନ୍ତ୍ରଣ କରିବା ବାୟୁକୁ ନିୟନ୍ତ୍ରଣ କରିବା ଠାରୁ ମଧ୍ୟ କଷ୍ଟକର ଅଟେ, ଈଶ୍ୱରଙ୍କ କୃପାରେ ଏହା ନିୟନ୍ତ୍ରଣ ହୋଇଥାଏ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
