News Room Odisha
BREAKING
Odia

ଟି-୨୦ ବିଶ୍ଵକପ: ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ଭାରତ

ନର୍ଥ ସାଉଣ୍ଡ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଜୟଯାତ୍ରା ଜାରି ରଖିଛି। ଶନିବାର ସୁପର-୮ର ଗ୍ରୁପ୍ ୧ ମ୍ୟାଚରେ ଭାରତ ୫୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟସ୍ ହାରି ପ୍ରଥମେ [...]

Admin•June 23, 2024
Share Article:

ନର୍ଥ ସାଉଣ୍ଡ: ଚଳିତ ଟି-୨୦ ବିଶ୍ଵକପରେ ଭାରତ ଜୟଯାତ୍ରା ଜାରି ରଖିଛି। ଶନିବାର ସୁପର-୮ର ଗ୍ରୁପ୍ ୧ ମ୍ୟାଚରେ ଭାରତ ୫୦ ରନରେ ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଛି। ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୯୬ ରନ୍ କରିଥିଲା। ଜବାବରେ ବାଂଲାଦେଶ ୨୦ ଓଭରରେ ୮ ଓ୍ବିକେଟ୍ ହରାଇ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ‌ ରୋହିତ ଶର୍ମା(୨୩) ଓ ବିରାଟ କୋହଲି(୩୭) ପ୍ରଥମ ଓ୍ବିକେଟରେ ‌୩୯ ରନ୍ ଯୋଡ଼ିଥିଲେ । ୩ ନମ୍ବରରେ ବ୍ୟାଟିଂ କରିଥିବା ରିଷଭ ପନ୍ତ ୩୬ ରନ୍ କରିଥିଲେ। ଏହାପରେ ଶିବମ ଦୁବେ କ୍ରିଜ୍‌ରେ ଯୋଗଦେଇ ୨୪ ବଲ୍‌ରୁ ୩୪ ରନ୍ କରି ଆଉଟ୍ ହୋଇଥିଲେ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ଯ ୨୭ ବଲ୍ ଖେଳି ୫୦ ରନ୍ କରିବା ସହ ଶେଷଯାଏ ଅପରାଜିତ ରହିଥିଲେ। ହାର୍ଦ୍ଦିକଙ୍କ ଇନିଂସରେ ୪ ଚୌକା ଓ ୩ ଛକା ସାମିଲ ଥିଲା। ବାଂଲାଦେଶ ପକ୍ଷରୁ ତାଞ୍ଜିମ ହସନ ଶକିବ ଓ ରିଶଦ ହୋସେନ୍ ୨ଟି ଲେଖାଏ, ଶାକିବ ଅଲ ହସନ ଗୋଟିଏ ଓ୍ବିକେଟ୍ ନେଇଥିଲେ।

୧୯୭ ରନ୍ ଲକ୍ଷ୍ୟର ଜବାବରେ ବାଂଲାଦେଶ ପ୍ରଥମ ୪ ଓଭରରେ ୩୫ ରନ୍‌ କରିଥିଲା। ପଞ୍ଚମ ଓଭରରେ ଲିଟନ ଦାସ(୧୩)ଙ୍କୁ ଆଉଟ କରି ପ୍ରଥମ ସଫଳତା ଦେଇଥିଲେ ହାର୍ଦ୍ଦିକ । ବାଂଲାଦେଶ ପକ୍ଷରୁ‌ ଅଧିନାୟକ ନଜମୁଲ ହୋସେନ ଶାନ୍ତୋ ୪୦, ତାଞ୍ଜିଦ ହସନ ୨୯ ଓ ବିଶଦ ହୋସେନ ୨୪ ରନ୍‌ କରିଥିଲେ। ଗୋଟିଏ ପଟରୁ ଯଶପ୍ରୀତ୍ ବୁମରା ଟାଇଟ୍ ବୋଲିଂ କରୁଥିବା ବେଳେ କୁଲଦୀପ ଯାଦବଙ୍କ ସ୍ପିନ୍ ଯାଦୁ ଦେଖିବାକୁ ମିଳିଥିଲା। କୁଲଦୀପ ମାତ୍ର ୧୯ ରନ୍ ଦେଇ ୩ଟି ଓ୍ବିକେଟ୍ ନେଇଥିଲେ । ବୁମରାଓ ଓ ଅର୍ଶଦୀପ ସିଂ ଦୁଇଟି ଲେଖାଏଁ ୱିକେଟ୍ ପାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଓ୍ବିକେଟ୍ ନେଇଥିଲେ। ଭାରତ ସୁପର-୮ର ଦୁଇରୁ ଦୁଇ ବିଜୟ ସହ ସେମିଫାଇନାଲ ଦ୍ୱାରଦେଶରେ ପହଞ୍ଚିଛି। ଟିମ୍ ଇଣ୍ଡିଆ ଗ୍ରୁପ୍ ୧ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଯଦି ଏହି ଗ୍ରୁପର ରବିବାର ଖେଳାଯିବାକୁ ଥିବା ମ୍ୟାଚରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ହରାଏ ତେବେ ଭାରତ ସହ ଅଷ୍ଟ୍ରେଲିଆ ସେମିଫାଇନାଲରେ‌ ପହଞ୍ଚିବେ।

#Odia#Odisha#News
Share Article:

Related Articles