News Room Odisha
BREAKING
Odia

ଟି-୨୦ ବିଶ୍ୱକପ: ଆଫଗାନିସ୍ତାନର ଐତିହାସିକ ବିଜୟ, ପ୍ରଥମ ଥର ଅଷ୍ଟ୍ରେଲିଆକୁ ହରାଇଲା

କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ରବିବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର-୮ ରାଉଣ୍ଡର ଏକ ଗ୍ରୁପ୍ ୧ ମ୍ୟାଚରେ ଆଫଗାନିସ୍ତାନ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୧ ରନରେ ହରାଇ ଦେଇଛି। କୌଣସି ବିଶ୍ବକପ୍ (ଦିନିକିଆ ଓ ଟି-୨୦) ଓ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରହମନୁଲ୍ଲା ଗୁରବାଜ (୬୦) ଓ ଇବ୍ରାହିମ ଜାଦ୍ରାନ (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି [...]

Admin•June 23, 2024
Share Article:

କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପରେ ରବିବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ସୁପର-୮ ରାଉଣ୍ଡର ଏକ ଗ୍ରୁପ୍ ୧ ମ୍ୟାଚରେ ଆଫଗାନିସ୍ତାନ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୨୧ ରନରେ ହରାଇ ଦେଇଛି। କୌଣସି ବିଶ୍ବକପ୍ (ଦିନିକିଆ ଓ ଟି-୨୦) ଓ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରହମନୁଲ୍ଲା ଗୁରବାଜ (୬୦) ଓ ଇବ୍ରାହିମ ଜାଦ୍ରାନ (୫୧)ଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍ ହରାଇ ୧୪୮ ରନ୍ କରିଥିଲା । ଅଷ୍ଟ୍ରେଲିଆ ତରଫରୁ ପ୍ୟାଟ୍ କମିନ୍ସ ଚଳିତ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ବିତୀୟ ଥର ହ୍ୟାଟ୍ରିକ ନେଇଥିଲେ । ତେବେ ୧୪୯ ରନର ବିଜୟ ଲକ୍ଷ୍ୟ ଜବାବରେ ଅଷ୍ଟ୍ରେଲିଆ ୧୯.୨ ଓଭରରେ ୧୨୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ନବୀନ ଉଲ ହକ ଏବଂ ଗୁଲବଦ୍ଦିନ ନାଏବ ଆଫଗାନିସ୍ତାନର ଏହି ଐତିହାସିକ ବିଜୟର ହିରୋ ସାଜିଥିଲେ। ଗୁଲବଦ୍ଦିନ ଚାରି ଓଭରରେ ୨୦ ରନ୍ ଦେଇ ୪ଟି ୱିକେଟ୍ ନେଇ ଥିଲେ। ନବୀନ ୪ ଓଭରରେ ୨୦ ରନ୍ ବ୍ୟୟ କରି ୩ ଜଣ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଥିଲେ। ଅଷ୍ଟ୍ରେଲିଆ ତରଫରୁ ଗ୍ଲେନ ମ୍ୟାକ୍ସଓ୍ବେଲ ସର୍ବାଧିକ ୫୯ ରନ୍ କରିଥିଲେ। ମ୍ୟାକ୍ସଓ୍ବେଲଙ୍କ ବ୍ୟତୀତ କ୍ୟାପଟେନ ମିଚେଲ ମାର୍ଶ(୧୨) ଓ ମାର୍କସ ଷ୍ଟୋଇନିସ୍ (୧୧) ହିଁ ଦୁଇ ଅଙ୍କ ଛୁଇଁବାକୁ ସମର୍ଥ ହୋଇଥିଲେ ।

ଅଷ୍ଟ୍ରେଲିଆର ଏହି ଅପ୍ରତ୍ୟାଶିତ ପରାଜୟ ସହିତ ଗ୍ରୁପ୍ ୧ ପୂରା ଖୋଲି ଯାଇଛି। ଭାରତ ଦୁଇଟି ଯାକ ମ୍ୟାଚ୍ ଜିତି ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ବିତୀୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ଆଫଗାନିସ୍ତାନ ପାଇଁ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିବାକୁ ସୁଯୋଗ ରହିଛି । ଅଷ୍ଟ୍ରେଲିଆ ଯଦି ପରବର୍ତ୍ତୀ ମ୍ୟାଚରେ ଭାରତ ଠାରୁ ହାରିଯାଏ ଓ ଆଫଗାନିସ୍ତାନ ଯଦି ବାଂଲାଦେଶକୁ ହରାଏ ତେବେ ଗ୍ରୁପ୍ ୧ରୁ ଭାରତ ଓ‌ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବେ ।

#Odia#Odisha#News
Share Article:

Related Articles