News Room Odisha
BREAKING
Odia

ଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ, ଶ୍ରୀଜୀଉଙ୍କ ପ୍ରତିନିଧି ରୂପେ ପୂଜା ପାଇଲେ ପଟିଦିଅଁ

ଅନବସର ସମୟରେ ଶ୍ରୀମନ୍ଦିର ରେ ପୂଜା ପାଆନ୍ତି ପଟିଦିଅଁ। ଏହି ପଟିଦିଅଁ ଚିତ୍ରକର ସେବକ ଙ୍କ ଦ୍ଵାରା ପାରମ୍ପରିକ ରୀତିରେ ଚିତ୍ରିତ ହୋଇଥାନ୍ତି। ଏହି କାର୍ଯ୍ୟ ଶୀତଳ ଷଷ୍ଠୀ ଦିନ ଠାରୁ ଆରମ୍ଭ ହୋଇଥାଏ। ଦୋଳମଣ୍ଡପ ସାହି ଅନ୍ତର୍ଗତ ଚିତ୍ରକର ସାହି ରେ ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ଙ୍କ ପଟ୍ଟି ଦିଅଁ ନିର୍ମାଣ ହେଉଥିବା ବେଳେ, ବାସେଳି ସାହି ଅନ୍ତର୍ଗତ ଚିତ୍ରକର ସାହି (ପଣାପ୍ରିୟା ଗଳି) ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ପତିତପାବନ [...]

Admin•June 24, 2024
Share Article:

ଅନବସର ସମୟରେ ଶ୍ରୀମନ୍ଦିର ରେ ପୂଜା ପାଆନ୍ତି ପଟିଦିଅଁ। ଏହି ପଟିଦିଅଁ ଚିତ୍ରକର ସେବକ ଙ୍କ ଦ୍ଵାରା ପାରମ୍ପରିକ ରୀତିରେ ଚିତ୍ରିତ ହୋଇଥାନ୍ତି। ଏହି କାର୍ଯ୍ୟ ଶୀତଳ ଷଷ୍ଠୀ ଦିନ ଠାରୁ ଆରମ୍ଭ ହୋଇଥାଏ।

ଦୋଳମଣ୍ଡପ ସାହି ଅନ୍ତର୍ଗତ ଚିତ୍ରକର ସାହି ରେ ଦେବୀ ସୁଭଦ୍ରା ଓ ଶ୍ରୀ ବଳଭଦ୍ର ଙ୍କ ପଟ୍ଟି ଦିଅଁ ନିର୍ମାଣ ହେଉଥିବା ବେଳେ, ବାସେଳି ସାହି ଅନ୍ତର୍ଗତ ଚିତ୍ରକର ସାହି (ପଣାପ୍ରିୟା ଗଳି) ରେ ଶ୍ରୀ ଜଗନ୍ନାଥ ଓ ଶ୍ରୀ ପତିତପାବନ ଙ୍କ ପଟ୍ଟି ଦିଅଁ ନିର୍ମାଣ ହୋଇଥାଆନ୍ତି।

ପଟିଦିଅଁ ପଟ୍ଟଚିତ୍ର ଶୈଳିରେ ଅଙ୍କିତ ମଣିମାଙ୍କ ଚିତ୍ର ପ୍ରତିମା। ବଳଭଦ୍ରଙ୍କ ବାଡରେ ଶ୍ରୀ ବାସୁଦେବ। ସୁଭଦ୍ରାଙ୍କ ବାଡରେ ମା’ ଭୁବନେଶ୍ବରୀ ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡରେ ଶ୍ରୀ ନାରାୟଣଙ୍କ ପଟ୍ଟି ପୂଜାପାଏ। ଶୁଦ୍ଧ ଶୁକ୍ଳ ବସ୍ତ୍ରରେ ପରସ୍ତ ପରସ୍ତ ଧଳା କନା ଦେଇ ପଟ୍ଟି ପ୍ରସ୍ତୁତ ହୁଏ। କନାକୁ ମୋଟା ତଥା କାଠୁଲିଆ କରିବା ପାଇଁ ଏହା ଉପରେ କଇଁଆ ମଞ୍ଜି ରାନ୍ଧି ଏହାର ମଣ୍ଡକୁ ପ୍ରଲେପ ଆକାରରେ ଦିଆଯାଏ। ଖରାରେ ଶୁଖାଇ ଏହାକୁ ମୋଟା ଆକୃତି ଦିଆଯାଏ। ଏହାପରେ ପଥରରେ ଘସି ଏହାକୁ ଚିତ୍ରୋପଯୋଗୀ କରାଯାଏ। ପ୍ରଥମେ ଖଡିରେ ଶ୍ରୀ ଅନନ୍ତ ବାସୁଦେବ, ଭୁବନେଶ୍ବରୀ ଓ ନାରାୟଣଙ୍କ ପ୍ରତିକୃତି ଅଙ୍କନ କରାଯାଏ। ଯାହାକୁ ପାରମ୍ପରିକ ରଙ୍ଗ ଯଥା ହରିତାଳ, ହିଙ୍ଗୁଳ, ଦୀପକଳା ତଥା ଶୁଦ୍ଧ ଶଙ୍ଖରେ ପ୍ରସ୍ତୁତ କଳା, ଧଳା, ନାଲି ଓ ହଳଦୀଆ ରଙ୍ଗରେ ଠାକୁରମାନଙ୍କର ଚିତ୍ରକୁ ଚିତ୍ରିଣ କରାଯାଏ।

ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ପୂଜା ପାଉଥିବା ଶ୍ରୀ ଅନନ୍ତ ବାସୁଦେବ ହେଉଛନ୍ତି ଚତୁର୍ଭୂଜ ନାରାୟଣ, ଯାହାଙ୍କ ମଥାରେ ବାସୁକୀ ନାଗ ରହିଥାନ୍ତି । ଏହାଙ୍କ ବର୍ଣ୍ଣ ଧଳା। ଚକାପକାଇ ବସିଥିବା ଏହି ପଟ୍ଟିଠାକୁରଙ୍କ ନିମ୍ନ ୨ ପାର୍ଶ୍ୱରେ ଭଗବନା ଶିବ ଓ ନାରଦ ଯୋଡ ହସ୍ତରେ ଛିଡା ହୋଇଥିବା ଚିତ୍ର ଅଙ୍କିତ ଥାଏ।

ସୁଭଦ୍ରାଙ୍କ ବାଡ଼ରେ ପୂଜିତ ପଟ୍ଟିଦିଅଁ ହେଉଛନ୍ତି ଦେବୀ ଭୁବନେଶ୍ୱରୀ। ଯାହାଙ୍କର ରଙ୍ଗ ଦେବୀ ସୁଭଦ୍ରାଙ୍କ ଭଳି ହଳଦିଆ। ଏହି ଦେବୀ ପଟ୍ଟିର ନିମ୍ନ ୨ ପାର୍ଶ୍ୱରେ ମେଧା, ସୁମେଧା ନାମକ ୨ ଦେବୀ ଚାମର ଓ ଆଲଟ ଧରି ସେବା କରୁଥିବାର ଚିତ୍ର ଅଙ୍କନ କରାଯାଇଥାଏ।

ସେହିପରି ଶ୍ରୀ ଜଗନ୍ନାଥଙ୍କ ସ୍ଥାନରେ ପୂଜା ପାଉଥିବା ପଟ୍ଟିଦିଅଁ ଅନନ୍ତ ନାରାୟଣ ଚତୁର୍ଭୂଜ ବିଷ୍ଣୁଙ୍କ ସ୍ୱରୂପରେ ପୂଜା ପାଆନ୍ତି। ଏହାଙ୍କର ବର୍ଣ୍ଣ କୃଷ୍ଣ ବା କଳା। ଏହି ପଟ୍ଟିଠାକୁରଙ୍କ ନିମ୍ନ ପାଦଦେଶରେ ଯୋଡହସ୍ତରେ ସପ୍ତଋଷୀଙ୍କ ଚିତ୍ର ଅଙ୍କିତ ଥାଏ। ଏକ ବାଉଁଶ ତାଟି ଉପରେ ଏହି ୩ ପଟ୍ଟିଠାକୁର ଅଣସର ସମୟରେ ପୂଜିତ ହୁଅନ୍ତି।

ଏହି ତିନି ପଟି ଦିଅଁଙ୍କ ବ୍ୟତିତ ସମ୍ମୁଖରେ ପଡିଥିବା ଖଟ ଉପରେ ଆହୁରି ୭ ପ୍ରତିମା ବିଜେ କରନ୍ତି। ବଳଭଦ୍ରଙ୍କ ବାଡ ବା ବାସୁଦେବଙ୍କ ପଟ୍ଟି ପାଖରେ ରାମକୃଷ୍ଣ ୨ ମୂର୍ତ୍ତି ସହ ନୃସିଂହ, ମଝିବାଡ ବା ମା’ ସୁଭଦ୍ରାଙ୍କ ଅନୁକଳ୍ପିତ ମା’ ଭୁବନେଶ୍ବରୀଙ୍କ ପଟ୍ଟି ତଳେ, ଭୁଦେବୀ, ଶ୍ରୀଦେବୀ ୨ ମୂର୍ତ୍ତି ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ବାଡ ବା ନାରାୟଣଙ୍କ ପଟ୍ଟି ତଳେ ଶ୍ରୀ ମଦନମୋହନ ଓ ଦୋଳଗୋବିନ୍ଦ ବସନ୍ତି।

#Odia#Odisha#News
Share Article:

Related Articles