News Room Odisha
BREAKING
Odia

ଗୀତା ଉପଦେଶ:- ଶାରୀରିକ କର୍ମରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା ଦୁଃଖକୁ ଦୂର କରି ପାରିବା

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନରେ ସନ୍ତୁଳନ ରକ୍ଷା କରିବା କୁ ଯାଇ କହୁଛନ୍ତି – ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ । ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା। ଅର୍ଥାତ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି। ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ [...]

Admin•June 25, 2024
Share Article:

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନରେ ସନ୍ତୁଳନ ରକ୍ଷା କରିବା କୁ ଯାଇ କହୁଛନ୍ତି –

ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ । ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା।

ଅର୍ଥାତ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି।

ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ ମଜ୍ଜିଯିବା । ଭୋଗରେ ଲିପ୍ତ ରହିବା, ଶରୀରର ପ୍ରାକୃତିକ ନିୟମକୁ ବିରୋଧ କରିଥାଏ, ଯାହା ରୋଗ ସୃଷ୍ଟି କରେ ଏବଂ ପୂର୍ବ ଶ୍ଲୋକରେ କୁହାଯିବା ପ୍ରକାରେ ରୋଗଗ୍ରସ୍ତ ଶରୀର ଯୋଗ ସାଧନାରେ ବାଧା ଉତ୍ପନ୍ନ କରିଥାଏ । ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଶାରୀରିକ କର୍ମ ରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା, ଆମେ ନିଜର ଦୈହିକ ଓ ମାନସିକ ଦୁଃଖକୁ ଦୂର କରି ପାରିବା।

#Odia#Odisha#News
Share Article:

Related Articles