ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ପ୍ରଥମ ଥର ସେମିରେ ଆଫଗାନିସ୍ତାନ
କିଙ୍ଗ୍ସଟାଉନ: ରସିଦ ଖାନଙ୍କ ନେତୃତ୍ଵାଧୀନ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୮ ରନର (ଡିଏଲ୍ ପଦ୍ଧତି) ରୋମାଞ୍ଚକ ବିଜୟ ସହ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିଛି । କୌଣସି ବିଶ୍ବକପ (ଦିନିକିଆ ଓ ଟି-୨୦)ରେ ପ୍ରଥମ ଥର ସେମିକୁ ଉନ୍ନୀତ ହୋଇଛି ଆଫଗାନିସ୍ତାନ। ବାଂଲାଦେଶର ପରାଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପ୍ରଥମେ ଆଫଗାନିସ୍ତାନ ଓ ଗତକାଲି ଭାରତ [...]
କିଙ୍ଗ୍ସଟାଉନ: ରସିଦ ଖାନଙ୍କ ନେତୃତ୍ଵାଧୀନ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୮ ରନର (ଡିଏଲ୍ ପଦ୍ଧତି) ରୋମାଞ୍ଚକ ବିଜୟ ସହ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିଛି । କୌଣସି ବିଶ୍ବକପ (ଦିନିକିଆ ଓ ଟି-୨୦)ରେ ପ୍ରଥମ ଥର ସେମିକୁ ଉନ୍ନୀତ ହୋଇଛି ଆଫଗାନିସ୍ତାନ। ବାଂଲାଦେଶର ପରାଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପ୍ରଥମେ ଆଫଗାନିସ୍ତାନ ଓ ଗତକାଲି ଭାରତ ଠାରୁ ହାରିବା ପରେ ଅଷ୍ଟ୍ରେଲିଆର ସେମିଫାଇନାଲ ଭାଗ୍ୟ ଆଫଗାନିସ୍ତାନ-ବାଂଲାଦେଶ ମ୍ୟାଚ୍ ଉପରେ ନିର୍ଭର କରୁଥିଲା । ଆଫଗାନିସ୍ତାନ ପରାସ୍ତ ହୋଇଥିଲେ ଅଷ୍ଟ୍ରେଲିଆ ସେମିଫାଇନାଲ ଟିକେଟ୍ ପାଇଥାନ୍ତା । କିନ୍ତୁ ଅଷ୍ଟ୍ରେଲିଆର ଆଶା ଧୂଳିସାତ୍ ହୋଇଯାଇଛି।
ସୁପର-୮ର ୩ ମ୍ୟାଚରୁ ଅଷ୍ଟ୍ରେଲିଆ କେବଳ ଗୋଟିଏ ବିଜୟ ସହ ୨ ପଏଣ୍ଟ ପାଇଥିଲା । ଅନ୍ୟପକ୍ଷରେ ଆଫଗାନିସ୍ତାନ ୩ଟି ମ୍ୟାଚରୁ ଦୁଇ ବିଜୟ ସହ ୪ ପଏଣ୍ଟ ହାସଲ ପୂର୍ବକ ଗ୍ରୁପ୍ ୧ରୁ ଭାରତ ପରେ ଦ୍ବିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି ।
ଜୁନ୍ ୨୭ରେ ତ୍ରିନିଦାଦରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଆଫଗାନିସ୍ତାନର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବ । ସେହି ଦିନ ଗୟାନାରେ ଦ୍ବିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମୁହାଁମୁହିଁ ହେବେ।
ଆଜି ବାଂଲାଦେଶ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ରସିଦ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୧୬ ରନ୍ କରିପାରିଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରୁବାଜ ସର୍ବାଧିକ ୪୩ ରନ୍ କରିଥିଲେ। ହେଲେ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ଏହି ମାମୁଲି ଟାର୍ଗେଟକୁ ଡିଫେଣ୍ଡ କରିବାରେ ସଫଳ ହୋଇଥିଲା।
ବାଂଲାଦେଶ ୧୧୬ ରନ୍ ଟାର୍ଗେଟ ଜବାବରେ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଓପନର ଲିଟନ୍ ଦାସ ଗୋଟିଏ ପଟେ ଏକାକୀ ଲଢ଼ିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ଉପଯୁକ୍ତ ସହାୟତା ମିଳିନଥିଲା। ବାଂଲାଦେଶ ଇନିଂସ୍ ମଝିରେ ବର୍ଷା ଯୋଗୁଁ ଡିଏଲ୍ ନିୟମାନୁଯାୟୀ ଦଳର ଟାର୍ଗେଟ ୧୯ ଓଭରରେ ୧୧୪ ରନକୁ ହ୍ରାସ କରାଯାଇଥିଲା। ହେଲେ ବାଂଲାଦେଶ ୧୭.୫ ଓଭରରେ ୧୦୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ଲିଟନ୍ ୫୪ ରନ୍ କରି ଅପରାଜିତ ରହିଥିଲେ ।
ଆଫଗାନିସ୍ତାନ ତରଫରୁ ପେସର୍ ନବୀନ ଉଲ୍ ହକ୍ ଓ କ୍ୟାପଟେନ ରସିଦ ଖାନ୍ ୪ଟି ଲେଖାଏଁ ୱିକେଟ୍ ନେଇ ନିଜ ଦଳର ବିଜୟରେ ନାୟକ ସାଜିଥିଲେ।
ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
Next ArticleOdisha Govt to Soon Launch Bus Services to Prominent Religious Places
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
