ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ
ଭୁବନେଶ୍ବର – ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (ଡିଓଟି) ତରଫରୁ ଜାତୀୟ ବ୍ରଡବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଥିଲା । ବୈଠକରେ ରାଜ୍ୟ ଅର୍ଥ, ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ [...]
ଭୁବନେଶ୍ବର – ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (ଡିଓଟି) ତରଫରୁ ଜାତୀୟ ବ୍ରଡବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଥିଲା । ବୈଠକରେ ରାଜ୍ୟ ଅର୍ଥ, ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଦୂର ସଂଚାର ବିଭାଗର ବରିଷ୍ଠ କର୍ତ୍ତୃପକ୍ଷଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ସୂଚନା ଅନୁସାରେ ଗ୍ରାମାଂଚଳରେ ଗତ ମଇ ମାସ ଶେଷ ସୁଦ୍ଧା ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ୯୦ ପ୍ରତିଶତରୁ ଅଧିକ ରହିଛି, ଯାହାକି ସନ୍ତୋଷଜନକ । ତେବେ ଏବେ ବି ରାଜ୍ୟର ବହୁ ଗ୍ରାମାଂଚଳରେ ଟେଲିକମ ଓ ଇଣ୍ଟରନେଟ୍ ସୁବିଧା ଆଶାଜନକ ଭାବେ ଉପଲବ୍ଧ ନ ଥିବା ଅନୁଭବ କରି କାର୍ଯ୍ୟ ଯୋଜନା ସଂପର୍କରେ ମୁଖ୍ୟ ଶାସନ ସଚିବ ସବିଶେଷ ଅବଗତ ହେବା ପରେ ଓଡ଼ିଶାରେ ଟେଲିକମ୍ ସଂଯୋଗୀକରଣ କଭରେଜ୍ ସମ୍ପର୍କିତ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି, ଏହାର ପ୍ରକୃତ ସ୍ଥିତି ଯାଞ୍ଚ କରାଯିବାର ଆବଶ୍ୟକତା ରହିଥିବା ପ୍ରକାଶ କରିବା ସହ ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଜ କ୍ଷେତ୍ର କର୍ମଚାରୀଙ୍କୁ ସ୍ଥିତି ଅନୁଧ୍ୟାନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ବୈଠକରେ ମୋବାଇଲ ଟାୱାର ସମ୍ବନ୍ଧୀୟ ସମସ୍ୟା ଯଥା ଜମି ଆବଣ୍ଟନ, ରାସ୍ତା ସୁବିଧା, ପରିବେଶ ମଞ୍ଜୁରୀ, ସ୍ଥାନୀୟ ସମସ୍ୟା ଇତ୍ୟାଦି ପ୍ରସଙ୍ଗଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବା ସହ ଜିଲ୍ଲାପାଳ, ଏସପି ଓ ଡିଏଫ୍ଓଙ୍କ ସହ ଭିଡିଓ କନଫରେନସିଂ ମାଧ୍ଯମରେ ବୈଠକ କରି ଏଭଳି ସମସ୍ୟାକୁ ତ୍ବରାନ୍ବିତ କରିବାକୁ ସେ ଦୂର ସଂଚାର ବିଭାଗ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପିଏମ୍ ଗତିଶକ୍ତି ପୋର୍ଟାଲରେ ବ୍ରଡବ୍ୟାଣ୍ଡ୍ ସଂଯୋଗ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମେତ ଶିକ୍ଷାନୁଷ୍ଠାନ ତଥା ପ୍ରତିଷ୍ଠାନ ସଂପର୍କରେ ତଥ୍ୟ ସ୍ଥାନିତ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ, ବିଭାଗୀୟ ଶାଖା କାର୍ଯ୍ୟାଳୟ ଆଦିମାନଙ୍କରେ ଫାଇବ-ଜି ( ୫-ଜି ) ର ବ୍ୟବହାର ସଂପର୍କରେ ଏକ ଘଣ୍ଟିଆ ଡେମୋ ପ୍ରଦର୍ଶନ କରି ସଚେତନ କରାଯିବ । ଦୂରସଂଚାର ଯୋଜନାର କାର୍ଯ୍ୟକାରିତା ବେଳେ ଜନସାଧାରଣଙ୍କ ଅନାବଶ୍ୟକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ସଂପୃକ୍ତ ଏଜେନ୍ସି ଏବଂ ଖନନ କାର୍ଯ୍ୟ କରୁଥିବା ଏଜେନ୍ସି ଦ୍ବାରା ସିବିୟୁଡି ଆପ୍ ର ବାଧ୍ୟତାମୂଳକ ବ୍ୟବହାର ସମ୍ପର୍କରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଇଞ୍ଜିନିୟରିଂ କର୍ମଚାରୀଙ୍କୁ ସାମିଲ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସିବିୟୁତି ସଚେତନତା ଶିବିର ଆୟୋଜନ କରିବାକୁ ଦୂର ସଂଚାର ବିଭାଗର ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।
ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କ ସହ ଆଲୋଚନା କରିବା ସହ ସମସ୍ତ ଟେଲିକମ୍ ସେବା ପ୍ରଦାନ କାରୀ ସଂସ୍ଥା (ଟିଏସପି), ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା (ଆଇଏସପି), ଭିତ୍ତିଭୂମି ସୁବିଧା ପ୍ରଦାନକାରୀ ସଂସ୍ଥା (ଆଇପି)ମାନଙ୍କ ପାଇଁ କମ୍ପୋଜିଟ୍ ବିଲିଂ ପ୍ରସ୍ତାବକୁ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସେଲ୍ ଗୁଡ଼ିକୁ ସହଜରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲରେ ଷ୍ଟ୍ରିଟ୍ ଆସବାବପତ୍ର ତାଲିକା ଅପଲୋଜ୍ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ଆଗାମୀ ରଥଯାତ୍ରା ପର୍ବକୁ ଦୃଷ୍ଟିରେ ରଖ୍ ସମସ୍ତ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ (ସିଓଏଆଇ) ଟିଏସପି ଏବଂ ଆଇଏସପିମାନଙ୍କୁ ସେଲ୍-ଅନ୍-ହିଲ୍ସ (ସିଓଡ ) ବ୍ୟବସ୍ଥା କରି କିମ୍ବା ବର୍ତ୍ତମାନର ଲିଭିଭୂମିର ଉନ୍ନତିକରଣ କରି ମୋବାଇଲ ନେଟୱାର୍କ ସଂଯୋଗରେ ଉନ୍ନତି ଆଣିବାକୁ ଅନୁରୋଧ କରାଯାଇଛି ।
ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି
Next Articleଗୀତା ଉପଦେଶ: ତପସ୍ୱୀମାନେ ଆତ୍ମ-ଶୁଦ୍ଧି ନିମନ୍ତେ ସ୍ୱେଚ୍ଛାରେ ଶାରୀରିକ ସୁଖତ୍ୟାଗ କରି, ସଂଯମ ଆଚରଣ କରିଥାଆନ୍ତି
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
