News Room Odisha
BREAKING
Odia

ନିଶା ଦ୍ରବ୍ୟକୁ ନାଁ, ସୁସ୍ଥ ଜୀବନକୁ ହଁ

ଛତ୍ରପୁର: ମଦ୍ୟପାନ, ଗଞ୍ଜେଇ ଓ ଡ୍ରଗ୍ସ ସେବନ, ସିଗାରେଟ୍ ପାନ, ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରରୁ ଦୂରେଇ ରହିଲେ ଜଣେ ବ୍ୟକ୍ତି ସୁସ୍ଥ ଜୀବନ ଯାପନ କରିବ। ଏହା ଫଳରେ ସୁଖ ଓ ଶାନ୍ତ ବାତାବରଣ ସୃଷ୍ଟି ହେବ। ଡ୍ରଗ୍ସ ଅପବ୍ୟବହାର ଓ ଅବୈଧ କାରବାର ରୋକିବା ପାଇଁ ଯୁବ ସମାଜକୁ ସଚେତନ କରାଇ ନିଶା ସେବନ ଦ୍ବାରା କେଉଁ ସବୁ କ୍ଷତି ହୁଏ ତାହା ଅବଗତ କରାଇ ପାରିଲେ ମାନବ ସମାଜର ବିଶେଷ ହିତସାଧନ ହୋଇପାରିବ ବୋଲି [...]

Admin•June 26, 2024
Share Article:

ଛତ୍ରପୁର: ମଦ୍ୟପାନ, ଗଞ୍ଜେଇ ଓ ଡ୍ରଗ୍ସ ସେବନ, ସିଗାରେଟ୍ ପାନ, ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାରରୁ ଦୂରେଇ ରହିଲେ ଜଣେ ବ୍ୟକ୍ତି ସୁସ୍ଥ ଜୀବନ ଯାପନ କରିବ। ଏହା ଫଳରେ ସୁଖ ଓ ଶାନ୍ତ ବାତାବରଣ ସୃଷ୍ଟି ହେବ। ଡ୍ରଗ୍ସ ଅପବ୍ୟବହାର ଓ ଅବୈଧ କାରବାର ରୋକିବା ପାଇଁ ଯୁବ ସମାଜକୁ ସଚେତନ କରାଇ ନିଶା ସେବନ ଦ୍ବାରା କେଉଁ ସବୁ କ୍ଷତି ହୁଏ ତାହା ଅବଗତ କରାଇ ପାରିଲେ ମାନବ ସମାଜର ବିଶେଷ ହିତସାଧନ ହୋଇପାରିବ ବୋଲି ମତପ୍ରକାଶ ପାଇଛି। ଆଜି ଗଞ୍ଜାମ ଜିଲ୍ଲା ସଦରମହକୁମା ଠାରେ ବିଶ୍ଵ ନିଶା ନିବାରଣ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସଚେତନତା ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଛତ୍ରପୁର ସହର ପରିକ୍ରମା କରି ସମସ୍ତଙ୍କୁ ସଚେତନ କରାଇଥିଲେ। ପରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସଚେତନତା ସଭା ହୋଇଥିଲା।

ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଆନୁକୁଲ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ କୁମାର ପୃଷ୍ଟି, ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ ଲିଖନ, ବତ୍କୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

#Odia#Odisha#News
Share Article:

Related Articles