ଟି-୨୦ ବିଶ୍ୱକପ: ଆଫଗାନିସ୍ତାନକୁ ହରାଇ ପ୍ରଥମ ଥର ଫାଇନାଲରେ ଦକ୍ଷିଣ ଆଫ୍ରିକା
ତରୌବା: ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ୯ ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦକ୍ଷିଣ ଆଫ୍ରିକା। ଚଳିତ ଟି-୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫଗାନିସ୍ତାନ ସେମିଫାଇନାଲରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୧.୫ ଓଭରରେ ମାତ୍ର ୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ [...]
ତରୌବା: ଦକ୍ଷିଣ ଆଫ୍ରିକା ପ୍ରଥମ ଥର ଟି-୨୦ ବିଶ୍ୱକପ ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ୯ ଓ୍ବିକେଟରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଦକ୍ଷିଣ ଆଫ୍ରିକା। ଚଳିତ ଟି-୨୦ ବିଶ୍ବକପରେ ଚମତ୍କାର ପ୍ରଦର୍ଶନ କରିଥିବା ଆଫଗାନିସ୍ତାନ ସେମିଫାଇନାଲରେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଥିଲା । ହେଲେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୧.୫ ଓଭରରେ ମାତ୍ର ୫୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ କେବଳ ଆଜମତୁଲ୍ଲା ଓମରଜାଇ (୧୦) ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ତାବ୍ରେଜ ଶାମସି ଏବଂ ମାର୍କୋ ୟାନସେନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। କାଗିସୋ ରାବାଡା ଏବଂ ଏନରିକ ନର୍ଜେ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ହାତେଇଥିଲେ। ୫୭ ରନର ଟାର୍ଗେଟକୁ ମାତ୍ର ୮.୫ ଓଭରରେ ଗୋଟିଏ ୱିକେଟ୍ ହରାଇ ହାସଲ କରିନେଇଥିଲା । କ୍ୱିଣ୍ଟନ୍ ଡି କକ୍(୫) ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ ରିଜା ହେଣ୍ଡ୍ରିକ୍ସ (୨୯*) ଏବଂ ଅଧିନାୟକ ଏଡେନ ମାର୍କ୍ରାମ (୨୩*) ଔପଚାରିକାତା ପୂରଣ କରିଥିଲେ।
ଫାଇନାଲରେ ଦକ୍ଷିଣ ଆଫ୍ରିକାର ମୁକାବିଲା ଭାରତ-ଇଂଲଣ୍ଡ ଦ୍ବିତୀୟ ସେମିଫାଇନାଲର ବିଜେତା ସହ ହେବ । ଭାରତ-ଇଂଲଣ୍ଡ ସେମିଫାଇନାଲ ଆଜି ଭାରତୀୟ ସମୟ ରାତି ୮ଟାରେ ଗାୟନାର ପ୍ରୋଭିଡେନ୍ସରେ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି। ଏହାପୂର୍ବରୁ ଦଳ ଦୁଇଥର (୨୦୦୯, ୨୦୧୪) ଟି-୨୦ ବିଶ୍ୱକପର ସେମିଫାଇନାଲରୁ ବିଦାୟ ନେଇଥିଲା।
5 killed in lightning strike in Odisha, CM announces Rs 4 lakh ex-gratia
Next Articleଟି-୨୦ ବିଶ୍ୱକପ: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
