News Room Odisha
BREAKING
Odia

ମହଙ୍ଗା ହେଲା ମୋବାଇଲ୍ ରିଚାର୍ଜ, ଜିଓ ପରେ ଏୟାରଟେଲ ବଢ଼ାଇଲା ଶୁଳ୍କ

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହୋଇଛି। ରିଲାଏନ୍ସ ଜିଓ ପରେ ଭାରତୀ ଏୟାରଟେଲ ଶୁକ୍ରବାର ମୋବାଇଲ୍ ଶୁଳ୍କ ୧୦ ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଦିନକ ତଳେ ରିଲାଏନ୍ସ ଜିଓ ଟାରିଫ୍ ବୃଦ୍ଧି ଘୋଷଣା କରିଥିଲା। ଏୟାରଟେଲ ଏକ ବିବୃତ୍ତିରେ କହିଛି, ନୂଆ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ ଲାଗୁ ହେବ। ଏୟାରଟେଲ ଏହାର ଅନଲିମିଟେଡ୍ ‘ଭଏସ୍ ପ୍ଲାନ୍’ର ଦର ପ୍ରାୟ ୧୧ ପ୍ରତିଶତ ବୃଦ୍ଧି କରିଛି। ବର୍ତ୍ତମାନ ଏହି [...]

Admin•June 28, 2024
Share Article:

ନୂଆଦିଲ୍ଲୀ: ନିର୍ବାଚନ ସରିବା ପରେ ମୋବାଇଲ୍ ରିଚାର୍ଜ ମହଙ୍ଗା ହୋଇଛି। ରିଲାଏନ୍ସ ଜିଓ ପରେ ଭାରତୀ ଏୟାରଟେଲ ଶୁକ୍ରବାର ମୋବାଇଲ୍ ଶୁଳ୍କ ୧୦ ରୁ ୨୧ ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ଦିନକ ତଳେ ରିଲାଏନ୍ସ ଜିଓ ଟାରିଫ୍ ବୃଦ୍ଧି ଘୋଷଣା କରିଥିଲା।

ଏୟାରଟେଲ ଏକ ବିବୃତ୍ତିରେ କହିଛି, ନୂଆ ମୋବାଇଲ୍ ଶୁଳ୍କ ଜୁଲାଇ ୩ରୁ ଲାଗୁ ହେବ।

ଏୟାରଟେଲ ଏହାର ଅନଲିମିଟେଡ୍ ‘ଭଏସ୍ ପ୍ଲାନ୍’ର ଦର ପ୍ରାୟ ୧୧ ପ୍ରତିଶତ ବୃଦ୍ଧି କରିଛି। ବର୍ତ୍ତମାନ ଏହି ରିଚାର୍ଜ ପ୍ଲାନ୍ ୧୭୯ ଟଙ୍କାରୁ ୧୯୯ ଟଙ୍କା ହୋଇଛି । ଏହାଛଡ଼ା ୪୫୫ ଟଙ୍କିଆ ରିଚାର୍ଜ ପ୍ଲାନ୍ ଏବେ ୫୦୯ ଟଙ୍କା ହୋଇଥିବା ବେଳେ ୧,୭୯୯ ଟଙ୍କାର ରିଚାର୍ଜ ପ୍ଲାନ୍ ୧,୯୯୯ ଟଙ୍କାକୁ ବୃଦ୍ଧି କରାଯାଇଛି।

ଦୈନିକ ‘ଡାଟା ପ୍ଲାନ୍’ ବର୍ଗରେ ୪୭୯ ଟଙ୍କା ପ୍ଲାନ୍ ପାଇଁ ଏବେ ଗ୍ରାହକଙ୍କୁ ୫୭୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦଶମ ସ୍ପେକ୍ଟ୍ରମ୍ ନିଲାମ ସରିବା କ୍ଷଣି ଟେଲିକମ୍ ଅପରେଟରମାନେ ଟାରିଫ୍ ବୃଦ୍ଧି କରିଦେଇଛନ୍ତି।

#Odia#Odisha#News
Share Article:

Related Articles