ଶେଫାଳୀଙ୍କ ରେକର୍ଡ ଦ୍ୱିଶତକ ପରେ ଭାରତୀୟ ମହିଳା ଟେଷ୍ଟ ଟିମର କୀର୍ତ୍ତିମାନ, ଗୋଟିଏ ଦିନରେ କଲା ୫୨୫ ରନ୍
ଚେନ୍ନାଇ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ମହିଳା କ୍ରିକେଟ୍ ଟେଷ୍ଟରେ ଭାରତ ପ୍ରଥମ ଦିନରେ ରେକର୍ଡ ବର୍ଷା କରିଛି । ଶେଫାଳୀ ବର୍ମାଙ୍କ ଦ୍ରୁତତମ ଦ୍ୱିଶତକ ଓ ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତ ୪ ୱିକେଟ୍ ହରାଇ ପ୍ରଥମ ଦିନରେ ହିଁ ୫୨୫ ରନର କରିନେଇଛି । ଯାହାକି କୌଣସି ମହିଳା ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ସ୍କୋର । ଏହାଛଡ଼ା ଶେଫାଳୀ ମଧ୍ୟ ଦ୍ରୁତତମ ଦ୍ୱିଶତକ ରେକର୍ଡ [...]
ଚେନ୍ନାଇ: ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ମହିଳା କ୍ରିକେଟ୍ ଟେଷ୍ଟରେ ଭାରତ ପ୍ରଥମ ଦିନରେ ରେକର୍ଡ ବର୍ଷା କରିଛି । ଶେଫାଳୀ ବର୍ମାଙ୍କ ଦ୍ରୁତତମ ଦ୍ୱିଶତକ ଓ ସ୍ମୃତି ମନ୍ଧାନାଙ୍କ ଶତକ ବଳରେ ଭାରତ ୪ ୱିକେଟ୍ ହରାଇ ପ୍ରଥମ ଦିନରେ ହିଁ ୫୨୫ ରନର କରିନେଇଛି । ଯାହାକି କୌଣସି ମହିଳା ଟେଷ୍ଟ ମ୍ୟାଚରେ ଗୋଟିଏ ଦିନରେ ସର୍ବାଧିକ ସ୍କୋର । ଏହାଛଡ଼ା ଶେଫାଳୀ ମଧ୍ୟ ଦ୍ରୁତତମ ଦ୍ୱିଶତକ ରେକର୍ଡ କରିଛନ୍ତି। ଏହି ଯୁବ ବ୍ୟାଟର ମାତ୍ର ୧୯୪ ବଲରେ ୨୦୫ ରନ୍ କରିଥିଲେ। ସ୍ମୃତି ୧୪୯ ରନର ଇନିଂସ୍ ଖେଳିଥିଲେ । ଉଭୟ ପ୍ରଥମ ଓ୍ବିକେଟରେ ୨୯୨ ରନର ଭାଗିଦାରୀ କରିଥିଲେ । ମହିଳା ଟେଷ୍ଟ କ୍ରିକେଟ୍ ଇତିହାସରେ ଏହା ଏକ ରେକର୍ଡ।
ଶେଫାଳୀ ୧୯୪ ବଲରେ ଦ୍ୱିଶତକ ହାସଲ କରି ଅଷ୍ଟ୍ରେଲିଆର ଆନ୍ନାବେଲ ସଦରଲ୍ୟାଣ୍ଡଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆନ୍ନାବେଲ ଫେବୃଆରୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୪୮ ବଲରେ ଦ୍ୱିଶତକ ହାସଲ କରିଥିଲେ। ରେକର୍ଡ ଦ୍ୱିଶତକ ଅବସରରେ ଶେଫାଳୀ ୨୩ ଚୌକା ଓ ୮ ଛକା ମାରିଥିଲେ । ପୂର୍ବତନ ଅଧିନାୟିକା ମିତାଲି ରାଜଙ୍କ ପରେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିବାରେ ୨୦ ବର୍ଷୀୟା ଶେଫାଳୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ମହିଳା ବ୍ୟାଟର। ମିତାଲି ଅଗଷ୍ଟ ୨୦୦୨ରେ ଟଣ୍ଟନରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୪୦୭ ବଲରେ ୨୧୪ ରନ୍ କରିଥିଲେ।
ଭାରତ ମଧ୍ୟ ଗୋଟିଏ ଦିନରେ ସର୍ବାଧିକ ରନ୍ ସ୍କୋର କରିବାର ୮୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ଏହି ରେକର୍ଡ ଇଂଲଣ୍ଡ ନାଁରେ ଥିଲା । ଇଂଲଣ୍ଡ ମହିଳା ଦଳ ୧୯୩୫ ମସିହାରେ ଖ୍ରୀଷ୍ଟଚର୍ଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ ୱିକେଟ୍ ହରାଇ ୪୩୧ ରନ୍ କରିଥିଲା। ମହିଳା ଟେଷ୍ଟ ମ୍ୟାଚରେ ଦିନକରେ ୫୦୦ରୁ ଅଧିକ ରନ୍ କରିବାରେ ଭାରତ ପ୍ରଥମ ଦଳ ହୋଇଛି।
ରଥଯାତ୍ରା ପାଇଁ ଚଳାଚଳ କରିବ ୩୧୫ ସ୍ୱତନ୍ତ୍ର ଟ୍ରେନ
Next ArticleEast Coast Railway to operate 315 spl trains for Rath Yatra
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
