କୋହଲି, ରୋହିତଙ୍କ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଜାଡେଜାଙ୍କ ଅବସର
ବ୍ରିଜଟାଉନ୍: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବିଶ୍ୱକପ ବିଜୟ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଜାଡେଜା କହିଛନ୍ତି ଯେ ସେ ଟେଷ୍ଟ ଓ ଦିନିକିଆ ଖେଳିବା ଜାରି ରଖିବେ। ୩୫ ବର୍ଷୀୟ ଜାଡେଜା ଟି-୨୦ ବିଶ୍ୱକପ ଟ୍ରଫି ସହିତ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ସମ୍ପୂର୍ଣ୍ଣ କୃତଜ୍ଞତା ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ [...]
ବ୍ରିଜଟାଉନ୍: ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ବିଶ୍ୱକପ ବିଜୟ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଜାଡେଜା କହିଛନ୍ତି ଯେ ସେ ଟେଷ୍ଟ ଓ ଦିନିକିଆ ଖେଳିବା ଜାରି ରଖିବେ।
୩୫ ବର୍ଷୀୟ ଜାଡେଜା ଟି-୨୦ ବିଶ୍ୱକପ ଟ୍ରଫି ସହିତ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରି ଲେଖିଛନ୍ତି, ମୁଁ ସମ୍ପୂର୍ଣ୍ଣ କୃତଜ୍ଞତା ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଛି। ଏକ ଦୌଡ଼ୁଥିବା ଘୋଡା ପରି, ମୁଁ ଗର୍ବର ସହିତ ଦେଶକୁ ସର୍ବଦା ସର୍ବଶ୍ରେଷ୍ଠ ଦେଇଛି ଏବଂ ଅନ୍ୟ ଫର୍ମାଟରେ ମଧ୍ୟ ଏହା ଜାରି ରଖିବି।
ଘୋଡା ଚଢ଼ିବାକୁ ଭଲ ପାଉଥିବା ଜାଡେଜା କହିଛନ୍ତି, “ଟି-୨୦ ବିଶ୍ୱକପ ଜିତିବା ମୋର ସ୍ୱପ୍ନ ଥିଲା। ଏହା (ବିଶ୍ଵକପ ଜିତିବା) ମୋର ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟରର ଶିଖର ଥିଲା । ସ୍ମୃତି, ଭଲପାଇବା ଏବଂ ସମର୍ଥନ ପାଇଁ ଧନ୍ୟବାଦ। ଜୟ ହିନ୍ଦ୍। ”
ଡିସେମ୍ବର ୬, ୧୯୮୮ରେ ଗୁଜରାଟର ଜାମନଗରରେ ଜନ୍ମଗ୍ରହଣ କରିଥିବା ଜାଡେଜା ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। ସେ ୭୪ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୫୧୫ ରନ୍ ସଂଗ୍ରହ କରିଥିବା ବେଳେ ୫୪ ୱିକେଟ୍ ନେଇଛନ୍ତି।
ଏଥରକୁ ମିଶାଇ ଜାଡେଜା ଭାରତ ପାଇଁ ୬ଟି ଟି-୨୦ ବିଶ୍ୱକପ୍ ଖେଳିଥିଲେ ଏବଂ କୋହଲି ଓ ରୋହିତଙ୍କ ପରେ ବିଶ୍ବକପ୍ ଟ୍ରଫି ସହ ବିଦାୟ ନେଇଛନ୍ତି। ଏହା ଥିଲା ଭାରତର ଦ୍ୱିତୀୟ ଟି-୨୦ ବିଶ୍ୱକପ ଟ୍ରଫି, ଯାହା ଦଳ ୧୭ ବର୍ଷ ପରେ ଜିତିଥିଲା |
ରୋହିତ, କୋହଲି ଏବଂ ଜାଡେଜାଙ୍କ ଅବସର ସହ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଭାରତ ପାଇଁ ଏକ ଯୁଗର ଅବସାନ ଘଟିଛି।
Manoj Ahuja Takes Charge as Chief Secretary of Odisha
Next Articleଟି-୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳ ପାଇଁ ୧୨୫ କୋଟି ଟଙ୍କା ପୁରସ୍କାର ଘୋଷଣା କଲା ବିସିସିଆଇ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
