ରଥ ନିର୍ମାଣ କାର୍ଯ୍ୟ: ଚନ୍ଦ୍ର ଶାଳୀରେ ଲାଗିଲା ଧ୍ୱଜବତା
ପୁରୀ- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥ ନିର୍ମାଣର ୫୩ତମ ଦିନରେ ଚନ୍ଦ୍ର ଶାଳୀରେ ଧ୍ଵଜବତା ଲାଗିଛି। ତିନି ରଥ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପରଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର [...]
ପୁରୀ- ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ପର୍ଯ୍ୟାୟ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ରଥ ନିର୍ମାଣର ୫୩ତମ ଦିନରେ ଚନ୍ଦ୍ର ଶାଳୀରେ ଧ୍ଵଜବତା ଲାଗିଛି।
ତିନି ରଥ ଦୁଆର ବେଢ଼ାକୁ ମଜବୁତ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପରଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ବସି ସେଟିଂ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ାକୁ ବାନ୍ଧି ରଖିବାପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ ସହ ଚଉଦ ନାହାକା ରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥ ରେ ୧୬ ଟି ଲେଖାଏଁ ଫିଟିଂ କରାଯାଇଛି।
ମହାରଣା ସେବକମାନେ ତିନି ରଥ ଭୋଇସେବକମାନଙ୍କ ସହଯୋଗ ରେ ତିନି ରଥର ପ୍ରତି କୋଣରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇବା ପରେ, ତିନି ରଥରେ ‘ହାତିଆଳ ମାଳ’ ବା କାଠ ବଟନ୍ ଆଠଟି ଲେଖାଏଁ ବଡଧରା ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଙ୍ଗ କରାଯିବା ସହ ତିନି ରଥର ଚାରି ପାର୍ଶ୍ୱରେ ଦୁଇଟି ଲେଖାଏଁ ମଣ୍ଡଣୀ ବତା ପଡ଼ି ବଡଧରା ପୋଟଳ ଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି, ଫଳରେ ରଥରେ କନା ପଡ଼ିବା ସୁବିଧା ଜନକ ହେବାସହ, ରଥର କନା ଆବରଣ ଏକ ଗୋଲାକାର ଆକୃତି ବହନ କରି ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ କନା ସୁରକ୍ଷିତ ରୁହେ।
ଏଥିସହ ତିନି ରଥର ସିଂହାସନ ବେଦୀ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ରଥର କୋଣମାନଙ୍କରେ ପଟା ବାଡିଆ କାର୍ଯ୍ୟ ଶେଷ ହୋଇଛି।
ରୂପକାର ସେବକମାନେ ତିନି ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।
ଦରଜୀ ସେବକମାନେ ତିନି ରଥର ପୋଟଳର କନା କାର୍ଯ୍ୟ ଶେଷ କରି ଚନ୍ଦ୍ର ଶାଳୀ, ଅଁଳା ଶ୍ରୀ ରେ ସିଲଭର ଜରୀ ଲେସ କାର୍ଯ୍ୟ ସହ ଚନ୍ଦ୍ର ଶାଳୀ ଏବଂ ଦୁଆର ବେଢ଼ାରେ ଲାଗିବା ପାଇଁ ଛୋଟ ପତାକା ତିଆରି କାର୍ଯ୍ୟ ଜାରିଆଖିଛନ୍ତି।
ଦୋଳ ବେଦୀ ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ ତିନି ରଥ ପାଇଁ ପ୍ରଭା ବିଡିଆ କଣ୍ଟା, କପୁରି ପାଇଁ ବାଗିଆ କଣ୍ଟା, ଶୁଆ ଫିଟିଙ୍ଗ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
ଚିତ୍ରକାର ସେବକମାନେ ରଥର ବାହ୍ୟ ଅଂଶ ଗୁଡିକରେ ରଙ୍ଗ କାର୍ଯ୍ୟ ସହ ସାରଥି, ଘୋଡ଼ା, କଳସ, ସାକ୍ଷୀ, ପାର୍ଶ୍ଵ ଦେବଦେବୀ ମୂର୍ତ୍ତି ଗୁଡିକରେ ଚିତ୍ର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।
ସତସଙ୍ଗ କାର୍ଯ୍ୟକ୍ରମରେ ଦଳାଚକଟା, ୧୦୦ ମୃତ
Next Articleଶ୍ରୀମନ୍ଦିରରେ ପାଳିତ ହୋଇଯାଇଛି ଖଳି ଲାଗି ଏକାଦଶୀ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
