ପ୍ରଥମ ଟି-୨୦: ଜିମ୍ବାୱେଠୁ ହାରିଲା ବିଶ୍ବ ଚାମ୍ପିୟନ ଭାରତ
ହରାରେ: ବିଶ୍ବ ଚାମ୍ପିୟନ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଠାରୁ ହାରିଯାଇଛି । ଶନିବାର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବ ଭାରତୀୟ ଦଳକୁ ୧୩ ରନରେ ହରାଇଛି ଜିମ୍ବାୱେ । ଜିମ୍ବାୱେ ଦେଇଥିବା ୧୧୬ ରନର ଟାର୍ଗେଟକୁ ଚେଜ୍ କରିପାରିନଥିଲା ଭାରତ । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଏହି ଚମତ୍କାର ବିଜୟରେ ଅଧିନାୟକ ସିକନ୍ଦର ରଜା ଏବଂ [...]
ହରାରେ: ବିଶ୍ବ ଚାମ୍ପିୟନ ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଜିମ୍ବାୱେ ଠାରୁ ହାରିଯାଇଛି । ଶନିବାର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଏହି ମ୍ୟାଚରେ ଯୁବ ଭାରତୀୟ ଦଳକୁ ୧୩ ରନରେ ହରାଇଛି ଜିମ୍ବାୱେ । ଜିମ୍ବାୱେ ଦେଇଥିବା ୧୧୬ ରନର ଟାର୍ଗେଟକୁ ଚେଜ୍ କରିପାରିନଥିଲା ଭାରତ । ଏହି ମାମୁଲି ବିଜୟଲକ୍ଷ୍ୟ ଜବାବରେ ଭାରତ ୧୯.୫ ଓଭରରେ ୧୦୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜିମ୍ବାୱେର ଏହି ଚମତ୍କାର ବିଜୟରେ ଅଧିନାୟକ ସିକନ୍ଦର ରଜା ଏବଂ ତେନ୍ଦାଇ ଚଟାରା ହିରୋ ସାଜିଥିଲେ। ଉଭୟ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହି ବିଜୟ ସହ ଜିମ୍ବାୱେ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଭାରତ ପକ୍ଷରୁ କ୍ୟାପଟେନ ଶୁଭମାନ ଗିଲ ସର୍ବାଧିକ ୩୧ ରନ୍ ସ୍କୋର କରିଥିବା ବେଳେ ୱାଶିଂଟନ୍ ସୁନ୍ଦର ୨୭ ରନ୍ ଓ ଆବେଶ ଖାନ ୧୬ ରନ୍ କରିଥିଲେ। ଦଳର ୮ ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ଭାରତ ପାଇଁ ଆଜିର ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଅଭିଷେକ ଶର୍ମା (୦), ରିୟାନ ପରାଗ (୨) ଫେଲ ମାରିଥିଲେ। ଆଉ ଜଣେ ଡେବ୍ୟୁଟାଣ୍ଟ ଧ୍ରୁବ ଜୁରେଲ(୬) ମଧ୍ୟ ନିରାଶ କରିଥିଲେ।
ପୂର୍ବରୁ ଭାରତୀୟ ଅଧିନାୟକ ଗିଲ୍ ଟସ୍ ଜିତି ଜିମ୍ବାୱେକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା। ଦଳ ପକ୍ଷରୁ ୱିକେଟ୍ କିପର କ୍ଲାଇଭ ମାଡାଣ୍ଡେ ଅପରାଜିତ ୨୯ ରନ କରିଥିଲେ । ସେ ଦଶମ ୱିକେଟ ପାଇଁ ତେନ୍ଦାଇ ଚାଟାରାଙ୍କ ସହ ୨୫ ରନର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଭାରତ ତରଫରୁ ସ୍ପିନର ରବି ବିଷ୍ଣୋଇ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଓ୍ୱାଶିଂଟନ ସୁନ୍ଦର ୨ଟି ପାଇଥିଲେ।
President Droupadi Murmu Confers Shaurya Chakra upon Lieutenant Bimal Ranjan Behera from Odisha
Next Articleରଥେ ତୁ ବାମନଂ ଦୃଷ୍ଟ, ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
