News Room Odisha
BREAKING
Odia

କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଯାଇ ୪୫୦ ଟଙ୍କା କରାଯାଇଛି। ସେହିପରି କୁଶଳୀ ମଜୁରୀ ପୂର୍ବରୁ ୩୯୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହାକୁ ବଢାଯାଇ ୫୦୦ କରାଯାଇଛି। ଉଚ୍ଚ କୁଶଳୀଙ୍କ ମଜୁରୀ [...]

Admin•July 10, 2024
Share Article:

ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଯାଇ ୪୫୦ ଟଙ୍କା କରାଯାଇଛି। ସେହିପରି କୁଶଳୀ ମଜୁରୀ ପୂର୍ବରୁ ୩୯୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହାକୁ ବଢାଯାଇ ୫୦୦ କରାଯାଇଛି। ଉଚ୍ଚ କୁଶଳୀଙ୍କ ମଜୁରୀ ୫୦୨ରୁ ୬୦୦କୁ ବୃଦ୍ଧି କରାଯିବ।

ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ମିଳିଛି। ଏହି ପାଣ୍ଠିରେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ। ସେହିପରି ତାଳପତ୍ର ପୋଥି ସଂଗ୍ରହାଳୟ ଓ ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। ପିଏମ୍ କିଷାନ ଯୋଜନାରେ ଯୋଡ଼ି ହେବେ ଆଉ ୬ ଲକ୍ଷ ଚାଷୀ । ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପିଏମ କିଷାନରେ ସାମିଲ୍ କରାଯିବ। କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ। ବାଦ୍‌ ପଡ଼ିଥିବା ଚାଷୀଙ୍କୁ ସାମିଲ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି।
ଅନ୍ୟପଟେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ହାଇକୋର୍ଟଙ୍କ ନିର୍ଦେଶ ରହିଛି। ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବୈଠକରେ ଜଳସମ୍ପଦ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୦୮୪ କୋଟି ବିନିମୟରେ ଚାଷ ଜମିକୁ ହେବ ଜଳସେଚନ । ଏଥିସହ ପୁରୁଣା ପ୍ରକଳ୍ପର ପୁନରଉଦ୍ଧାର ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

#Odia#Odisha#News
Share Article:

Related Articles