News Room Odisha
BREAKING
Odia

କନ୍ଧମାଳ: ସ୍ବର୍ଗତ ବୀରେନ୍ଦ୍ର କୁମାର ଦାସଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି

କନ୍ଧମାଳ: ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ଆନୁକୂଲ୍ୟରେ ସ୍ବର୍ଗତ ବୀରେନ୍ଦ୍ର ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ | ମୁଖ୍ୟବକ୍ତା ଏମ କେ ଏସ ପି ର ସଭାପତି ଶ୍ରୀ [...]

Admin•July 13, 2024
Share Article:

କନ୍ଧମାଳ: ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀ ଆନୁକୂଲ୍ୟରେ ସ୍ବର୍ଗତ ବୀରେନ୍ଦ୍ର ଦାସ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି | ସଭାପତି ଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ସଦସ୍ୟ ଦିବଂଗତ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତି କାମନା କରିଥିଲେ | ମୁଖ୍ୟବକ୍ତା ଏମ କେ ଏସ ପି ର ସଭାପତି ଶ୍ରୀ ବିଜୟ କୃଷ୍ଣ ପଟ୍ଟନାୟକ, ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର, ସାହିତ୍ୟିକ ଡ଼ଃ ପୁର୍ଣ୍ଣେନ୍ଦୁ ତ୍ରିପାଠୀ, କବି ସୋମନାଥ ସାହୁ, ସଂଗଠକ ଓ ସାହିତ୍ୟିକ ପ୍ରସନ୍ନ କୁମାର ପଣ୍ଡା ଯୋଗଦେଇ ସ୍ବର୍ଗତ ଦାସ ଙ୍କ ସ୍ମୃତି ଚାରଣ କରିଥିଲେ | ସ୍ବର୍ଗତ ଦାସ ଜଣେ ସୁସାହିତ୍ୟିକ, ଦକ୍ଷ ପ୍ରଶାସକ ଓ ନିର୍ମଳ ବ୍ୟକ୍ତିଟିଏ ଥିଲେ | ଫୁଲବାଣୀର ଆଇ ଟି ଡ଼ି ଏ ର ପ୍ରକଳ୍ପ ପ୍ରଶାସକ ଥିଲା ବେଳେ ତାଙ୍କର କାର୍ଯ୍ୟ ଦକ୍ଷତା ବେଶ ଉଲ୍ଲେଖନୀୟ ଥିଲା | ଜଣେ ମେଳାପୀ ଓ ମିଷ୍ଟଭାଷୀ ଥିବାରୁ ସେ ସବୁ ବର୍ଗର ଲୋକଙ୍କ ସହ ମିଶି ପାରୁଥିଲେ | ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲା ବେଳେ ଏକ ସଭାରେ ଜଗନ୍ନାଥ ଙ୍କ ଭଜନ ଗାଉ ଗାଉ ମୃତ୍ୟୁ ବରଣ କରିବା ତାଙ୍କ ପାଇଁ ସୁଖଦ ଥିଲା ବେଳେ ଆମ ସମସ୍ତଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ସ୍ମୃତି ଚାରଣ କରିଥିଲେ | ଲେଖକ ସାମ୍ମୁଖ୍ୟ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ତାଙ୍କର ଏ ଅକାଳ ବିୟୋଗରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ସମ୍ବାଦ ସାହିତ୍ୟ ଘର, ଫୁଲବାଣୀ ଶାଖାର ସମ୍ପାଦକ ଶ୍ରୀ କୈଳାଶ ଚନ୍ଦ୍ର ଧଳ, ସଭାପତି ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ଲେଖକ ସମ୍ମୁଖ୍ୟ ର ସମ୍ପାଦକ ଶ୍ରୀ ବନବିହାରୀ ନନ୍ଦ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି |

#Odia#Odisha#News
Share Article:

Related Articles