News Room Odisha
BREAKING
Odia

ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସନ୍ଧ୍ୟା ଦର୍ଶନ ଆଜି

ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ ପାଳିତ ହୋଇଥାଏ। ଏହିଦିନ ପ୍ରଭାତରୁ ଇନ୍ଦ୍ରଦ୍ୟୁମ୍ନ ସରୋବର ରେ ସ୍ନାନ ସାରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିବାର ବିଧାନ ରହିଛି।କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି [...]

Admin•July 14, 2024
Share Article:

ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀ ତିଥୀର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ଅର୍ଥାତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଉଁ ଦର୍ଶନ ହୁଏ, ତାକୁ ସନ୍ଧ୍ୟା ଦର୍ଶନ କୁହାଯାଏ। ଆଷାଢ଼ ଶୁକ୍ଳପକ୍ଷ ସପ୍ତମୀ ଓ ଅଷ୍ଟମୀ ତିଥିରେ ତିନିରଥର ଦକ୍ଷିଣୀ ମୋଡ଼ ପରେ ନବମୀ ତିଥିର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ଶେଷ ଗୁପ୍ତରାସ ପାଳିତ ହୋଇଥାଏ। ଏହିଦିନ ପ୍ରଭାତରୁ ଇନ୍ଦ୍ରଦ୍ୟୁମ୍ନ ସରୋବର ରେ ସ୍ନାନ ସାରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଦର୍ଶନ କରିବାର ବିଧାନ ରହିଛି।କାରଣ ଶାସ୍ତ୍ରରେ ଉଲ୍ଲେଖ ରହିଛି :

” ନିଳାଦ୍ରୌ ଦଶ ବର୍ଷଣି ଗୁଣ୍ଡିଚା ମଣ୍ଡପେ ଦିନେ
ଦିବାତି ଦର୍ଶନମ ପୁଣ୍ୟମ ରାତ୍ର ଦଶଗୁଣ ଭବେତ”

ଶ୍ରୀମନ୍ଦିର ରେ ଦଶବର୍ଷ ଦର୍ଶନ ର ଫଳ ଗୁଣ୍ଡିଚା ମନ୍ଦିରରେ ଗୋଟିଏ ଦିନ ଦର୍ଶନ ର ଫଳ ସହ ସମାନ। ପକ୍ଷାନ୍ତରେ ଏହିଦିନ କୁ ମଧ୍ୟ ଇନ୍ଦ୍ରଦ୍ୟୁମ୍ନ ମହୋତ୍ସବ କୁହାଯାଏ। ସ୍କନ୍ଦପୁରାଣ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ସ୍ଥାନରେ ସାତଦିନ ଧରି ଯଜ୍ଞ କରିଥିଲେ। ଆଷାଢ଼ ମାସ ଶୁକ୍ଳପକ୍ଷ ନବମୀରେ ଏହିଦିନ ଯଜ୍ଞର ପୂର୍ଣ୍ଣାହୁତି ଦିଆ ଯାଇ ଥିଲା। ଏହି ଦିନର ଯଜ୍ଞା ଅନ୍ନ ହେଉଛି ପ୍ରଥମ ମହାପ୍ରସାଦ। ଉକ୍ତ ଦିନଟି ମଧ୍ୟ ଅନ୍ନବ୍ରହ୍ମ ଙ୍କ ଜନ୍ମ ଦିବସ। ସେଥିପାଇଁ ପୁରିବାସୀ ତଥା ଭକ୍ତମାନେ ଆଡ଼ପ ମଣ୍ଡପରେ ବ୍ରାହ୍ମଣ ଭୋଜନ ଦେଇ ମହାପ୍ରସାଦ ସେବନ କରିଥାନ୍ତି। ଏହି ନବମୀ ତିଥିରେ ଶ୍ରୀ ରମାନନ୍ଦାଚର୍ଯ୍ୟ ମହାପ୍ରଭୁଙ୍କୁ ଶ୍ରୀ ରାମ ରୂପରେ ଏହି ଜନ୍ମ ବେଦିରେ ଦର୍ଶନ କରିଥିଲେ। ଆଜିବି ଏହାର ସ୍ମାରକୀ ସ୍ୱରୂପ ରମାନନ୍ଦୀ ନିଶାନ ଗୁଣ୍ଡିଚା ମନ୍ଦିର ପ୍ରଦକ୍ଷିଣ କରି ଦଶାବତାର ମଠରେ ବୈଠକି କରିଥାନ୍ତି। ନବମୀ ତିଥିର ରାତ୍ର ରେ ସ୍ୱତନ୍ତ୍ର ଭାବରେ ବଡ଼ସିଂହାର ନୀତିରେ ଇନ୍ଦ୍ରଦ୍ୟୁମ୍ନ ବନ୍ଦାପନା ନୀତି ସମ୍ପର୍ଣ୍ଣ ହୋଇଥାଏ। ଚଳିତ ବର୍ଷ ନବମୀ ଯୁକ୍ତ ଦଶମୀ ତିଥିରେ ଏହି ମହାର୍ଘ୍ୟ ଦିବସ ର ନୀତି ପାଳନ କରାଯାଉଛି।

#Odia#Odisha#News
Share Article:

Related Articles