News Room Odisha
BREAKING
Odia

ସିଂହଦ୍ୱାର ନିକଟରେ ପହଁଚିଲା ତିନି ରଥ

ପୁରୀ: ପବିତ୍ର ବାହୁଡା ଯାତ୍ରା ଶେଷ କରି ରଥାରୂଢ ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିଥିବାରୁ ସମସ୍ତ ସେବକ ବନ୍ଧୁଗଣ, ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟବୃନ୍ଦ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଏବଂ ସର୍ବୋପରି ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କୁ ଧନ୍ୟବାଦ ଏବଂ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ [...]

Admin•July 15, 2024
Share Article:

ପୁରୀ: ପବିତ୍ର ବାହୁଡା ଯାତ୍ରା ଶେଷ କରି ରଥାରୂଢ ଚତୁର୍ଦ୍ଧା ବିଗ୍ରହ ଶ୍ରୀମନ୍ଦିର ସିଂହଦ୍ଵାରରେ ପହଞ୍ଚିଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କର ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିଥିବାରୁ ସମସ୍ତ ସେବକ ବନ୍ଧୁଗଣ, ଶ୍ରୀମନ୍ଦିର ପରିଚାଳନା କମିଟିର ସଭ୍ୟବୃନ୍ଦ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ, ସ୍ବେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଏବଂ ସର୍ବୋପରି ଜଗନ୍ନାଥ ପ୍ରେମୀ ଭକ୍ତବୃନ୍ଦଙ୍କୁ ଧନ୍ୟବାଦ ଏବଂ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ ଅରବିନ୍ଦ ପାଢୀ।

ବିଶେଷ କରି ମହାପ୍ରଭୁଙ୍କ ପହଣ୍ଡି ଏବଂ ବାହୁଡା ଯାତ୍ରାର ନୀତିକାନ୍ତି ସହ ସମ୍ପୃକ୍ତ ଥିବା ଦଇତାପତି ଏବଂ ବିଭିନ୍ନ ସେବକ ନିଯୋଗ ନିଜ ପ୍ରତିଶ୍ରୁତି ରଖି ଅତି ଶୃଙ୍ଖଳିତ ତଥା କର୍ତବ୍ଯନିଷ୍ଠ ଭାବେ ମହାପ୍ରଭୁଙ୍କ ସେବା ସମ୍ପାଦନ କରିଥିବାରୁ ମୁଖ୍ୟ ପ୍ରଶାସକ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥି ସହ ଆଗାମୀ ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ସମ୍ପାଦନରେ ମଧ୍ଯ ସମସ୍ତଙ୍କର ସହଯୋଗ କାମନା କରି ପୁଣିଥରେ ଧନ୍ୟବାଦ ଅର୍ପଣ କରିଛନ୍ତି। -ଶ୍ରୀମନ୍ଦିର ପ୍ରଶାସନ

#Odia#Odisha#News
Share Article:

Related Articles