ଖଟଶେଜ ଘରକୁ ସ୍ଥାନାନ୍ତର ହେଲା ଭିତର ରତ୍ନଭଣ୍ଡାର ଅଳଙ୍କାର
ପୁରୀ: ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ କମିଟି ସଦସ୍ୟମାନେ ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପୁଣିଥରେ ଖୋଲି ସମସ୍ତ ଅଳଙ୍କାରକୁ ଖଟସେଜ ଘରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରିଛନ୍ତି । ଆଜି ସକାଳୁ କମିଟି ସଦସ୍ୟମାନେ ପ୍ରଥମେ ସିଂହଦ୍ବାରରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀ ଓ ଶ୍ରୀ ଲୋକନାଥଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ [...]
ପୁରୀ: ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗଠିତ କମିଟି ସଦସ୍ୟମାନେ ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ପୁଣିଥରେ ଖୋଲି ସମସ୍ତ ଅଳଙ୍କାରକୁ ଖଟସେଜ ଘରେ ହୋଇଥିବା ଷ୍ଟ୍ରଙ୍ଗରୁମ୍ କୁ ସ୍ଥାନାନ୍ତର କରିଛନ୍ତି । ଆଜି ସକାଳୁ କମିଟି ସଦସ୍ୟମାନେ ପ୍ରଥମେ ସିଂହଦ୍ବାରରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ଏହା ପରେ ସମସ୍ତେ ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ମା ବିମଳା, ମା ଲକ୍ଷ୍ମୀ ଓ ଶ୍ରୀ ଲୋକନାଥଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରିଥିଲେ ସମସ୍ତ କମିଟି ସଦସ୍ଯ । ଶୁଭ ମୁହୂର୍ତ୍ତ ଦିନ ୯ ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ। ଟ୍ରେଜେରୀରୁ ଆସିଥିବା ଚାବିରେ ଭଣ୍ଡାର ଖୋଲିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରିଥିଲେ। ଗଜପତି ମହାରାଜ ମଧ୍ଯ ନିଜେ ଏହି ପ୍ରକ୍ରିୟା ଚାଲିଥିବା ସମୟରେ ପୂର୍ବାହ୍ନରେ ଉପସ୍ଥିତ ରହି ଅନୁଧ୍ଯାନ କରିଥିଲେ ।
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ, ଖୁବଶୀଘ୍ର ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ । ପ୍ରତ୍ନତତ୍ତ୍ବ ବିଭାଗ ମରାମତି ଶେଷ କରିବା ପରେ ପୁଣିଥରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରୁ ସମସ୍ତ ଅଳଙ୍କାର ରତ୍ନଭଣ୍ଡାର ଭିତରକୁ ନିଆଯିବ । ଏବଂ ରତ୍ନଭଣ୍ଡାର ଭିତରେ ହିଁ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ଗଣତି ତଥା ମଣତି କରାଯିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଜାରି ମାର୍ଗଦର୍ଶିକା ଅନୁସାରେ ଗତ ୧୪ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଥି୍ଲା । ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇ ସମସ୍ତ ଅଳଙ୍କାର ଏବଂ ଜିନିଷପତ୍ରକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ ଭାବେ ଚାଙ୍ଗଡା ଏବଂ ଫୁଲ ଘରକୁ ସ୍ଥାନାନ୍ତର କରାଯାଇଥିଲା । ସେହି ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ପରମ୍ପରାଗତ ବ୍ୟବସ୍ଥା ଅନୁସାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ବନ୍ଦ କରାଯାଇଥିଲା । ପରେ ଭିତର ରତ୍ନଭଣ୍ଡାର ଖୋଲାଯିବାକୁ ପ୍ରସ୍ତୁତି ହୋଇଥିଲା । ଭିତର ରତ୍ନଭଣ୍ଡାରରେ ୩ଟି ତାଲା ଲାଗିଥିଲା । ଏହା ମଧ୍ୟରୁ ଗୋଟିଏ ଜଉମୁଦ ସିଲ୍ ହୋଇଥିଲା ଏବଂ ଅନ୍ୟ ଦୁଇଟି ସିଲ୍ ନ ହୋଇ ବନ୍ଦ ଥିଲା । ଜିଲ୍ଲା ଟ୍ରେଜେରୀରୁ ଆସିଥିବା ଦୁଇଟି ଚାବିରେ ସମସ୍ତ ତାଲା ଖୋଲିବା ଉଦ୍ୟମ କରାଗଲା । କିନ୍ତୁ କୌଣସି ବି ତାଲା ଖୋଲି ନଥିଲା । ତେଣୁ ରାଜ୍ୟ ସରକାର ଜାରି କରିଥିବା ମାର୍ଗଦର୍ଶିକା ଅନୁସାରେ, ସମସ୍ତ ତାଲାକୁ ଭଙ୍ଗାଯାଇଥିଲା । ଭଙ୍ଗା 3ଟି ତାଲା ଏବଂ ପୁରୁଣା ଦୁଇଟି ଚାବିକୁ ଜିଲ୍ଲା ଟ୍ରେଜେରିରେ ଜମା ଦିଆଯାଇଛି । ଭିତର ରତ୍ନଭଣ୍ଡାରରେ ଥିବା ଜିନିଷାତ୍ ସ୍ଥାନାନ୍ତର କରିବା ସମୟ ସାପେକ୍ଷ ହୋଇଥିବା କମିଟି ଅନୁଭବ କରିବା ପରେ ଗତ ୪୧ ତାରିଖରେ ଭିତର ରତ୍ନଭଣ୍ଡାରରେ 2ଟି ନୂଆ ତାଲା ଲଗାଯାଇ ଏହାକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ୍ କରାଯାଇଥିଲା ଏବଂ ଚାବି ଗୁଡିକୁ ଟ୍ରେଜେରିରେ ଜମା କରାଯାଇଥିଲା । ଆଜି ସେହି ନୂଆ ତାଲାର ଚାବି ଟ୍ରେଜେରୀରୁ ଆଣି ଭିତର ଭଣ୍ଡାର ପୁଣିଥରେ ଖୋଲାଯିବା ସହ ସମସ୍ତ ଅଳଙ୍କାର ଆଦି ଖଟସେଜ ଘରେ ହୋଇଥିବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଅଛି। ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣର ଏହି ଐତିହାସିକ ପ୍ରକ୍ରିୟାରେ ମାର୍ଗଦର୍ଶନ ପାଇଁ ଗଜପତି ମହାରାଜା, ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ପରିଚାଳନା କମିଟି ଓ ରତ୍ନଭଣ୍ଡାର ସମ୍ପର୍କିତ ସମସ୍ତ କମିଟିର ସଦସ୍ଯମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ। ଏନେଇ ସହଯୋଗ ପାଇଁ ସମ୍ପୃକ୍ତ ସେବାୟତ ନିଯୋଗ, ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ ପ୍ରଶାସନ ଏବଂ ଗଣମାଧ୍ୟମ ବନ୍ଧୁଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ମୁଖ୍ଯ ପ୍ରଶାସକ।
Odisha: Shifting of Ornaments in Ratna Bhandar of Jagannath Temple Completed
Next Articleଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
