News Room Odisha
BREAKING
Odia

ପାଣ୍ଡ୍ୟାଙ୍କ ବିବାହ ବିଚ୍ଛେଦ

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିକ୍ ପରସ୍ପର ଠାରୁ ଅଲଗା ହୋଇଛନ୍ତି। ଗତ କିଛି ମାସ ଧରି ପରସ୍ପରକୁ ଛାଡ଼ପତ୍ର ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଗୁରୁବାର ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଛାଡ଼ପତ୍ର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଦୀର୍ଘ ୪ ବର୍ଷ ଏକାଠି ରହିବା ପରେ ମୁଁ ଓ ନତାଶା ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ବୋଲି ଲେଖିଛନ୍ତି ହାର୍ଦ୍ଦିକ [...]

Admin•July 19, 2024
Share Article:

ମୁମ୍ବାଇ: ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାଙ୍କୋଭିକ୍ ପରସ୍ପର ଠାରୁ ଅଲଗା ହୋଇଛନ୍ତି। ଗତ କିଛି ମାସ ଧରି ପରସ୍ପରକୁ ଛାଡ଼ପତ୍ର ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଗୁରୁବାର ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରି ଛାଡ଼ପତ୍ର ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଦୀର୍ଘ ୪ ବର୍ଷ ଏକାଠି ରହିବା ପରେ ମୁଁ ଓ ନତାଶା ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ ବୋଲି ଲେଖିଛନ୍ତି ହାର୍ଦ୍ଦିକ । ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଆମେ ସବୁ ଚେଷ୍ଟା କରି ବିଫଳ ହେବା ପରେ ଉଭୟଙ୍କ ଖୁସିକୁ ଦୃଷ୍ଟିରେ ରଖି ଅଲଗା ହେବାକୁ ନିଷ୍ପତ୍ତି ନେଲୁ ବୋଲି ସେ କହିଛନ୍ତି। ଏହି ନିଷ୍ପଭି ବେଶ୍ କଷ୍ଟସାଧ୍ୟ ଥିଲା । ପୁଅ ଅଗସ୍ତ୍ୟକୁ ଉଭୟ ମିଳିତ ଭାବରେ ପାଳିବା ସହିତ ସେମାନଙ୍କ ଗୋପନୀୟତାକୁ ସମ୍ମାନ ଦେବା ପାଇଁ ସେ ଫ୍ୟାନ୍ ମାନଙ୍କୁ ଅନୁରୋଧ କରିଛନ୍ତି।

#Odia#Odisha#News
Share Article:

Related Articles