ସିଟ୍ ଆଧାରରେ ବ୍ରହ୍ମପୁର ଆଇଟିଆଇ ଦେଶରେ ଦ୍ବିତୀୟ ବୃହତ୍
ବ୍ରହ୍ମପୁର: ଶିଳ୍ପ ତାଲିମ ଦିଗରେ କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ସୁନାମ ଅର୍ଜନ କରିପାରିଛି ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ। ଆଉ ଏହି ସୁନାମରେ ଏବେ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଛି। ଚଳିତ ଶିକ୍ଷାବର୍ଷରୁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧିକ ୧୮୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଫଳରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରଥମ ଓ ଦ୍ବିତୀୟ ବର୍ଷର ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ୪୧୫୬କୁ ବୃଦ୍ଧି ପାଇଛି। ଏଥିସହ [...]
ବ୍ରହ୍ମପୁର: ଶିଳ୍ପ ତାଲିମ ଦିଗରେ କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ସୁନାମ ଅର୍ଜନ କରିପାରିଛି ବ୍ରହ୍ମପୁରସ୍ଥିତ ସରକାରୀ ଆଇଟିଆଇ। ଆଉ ଏହି ସୁନାମରେ ଏବେ ଆଉ ଏକ ଅଧ୍ୟାୟ ଯୋଡି ହୋଇଯାଇଛି। ଚଳିତ ଶିକ୍ଷାବର୍ଷରୁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଅଧିକ ୧୮୪ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ଫଳରେ ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ପ୍ରଥମ ଓ ଦ୍ବିତୀୟ ବର୍ଷର ମୋଟ ପ୍ରଶିକ୍ଷାର୍ଥୀଙ୍କ ସଂଖ୍ୟା ୪୧୫୬କୁ ବୃଦ୍ଧି ପାଇଛି। ଏଥିସହ ସିଟ୍ ସଂଖ୍ୟାକୁ ହିସାବକୁ ନେଲେ ବର୍ତ୍ତମାନ ବ୍ରହ୍ମପୁର ସରକାରୀ ଆଇଟିଆଇ ଦେଶରେ ଦ୍ବିତୀୟ ବୃହତ୍ ଶିଳ୍ପ ତାଲିମ ଅନୁଷ୍ଠାନ ଭାବେ ମାନ୍ୟତା ହାସଲ କରିପାରିଛି। ପ୍ରଥମ ସ୍ଥାନରେ ରହିଛି ଗୁଜରାଟ ରାଜ୍ୟ ଅହମ୍ମଦାବାଦସ୍ଥିତ କୁବେରନଗର ଆଇଟିଆଇ ଯାହାର ସିଟ୍ ସଂଖ୍ୟା ହେଉଛି ୪୨୮୪।
୧୯୫୭ ମସିହାରେ ପ୍ରତିଷ୍ଠିତ ବ୍ରହ୍ମପୁର ସରକାରୀ ଆଇଟିଆଇ ଆସନ ଦୃଷ୍ଟିରୁ ଏହା ପୂର୍ବରୁ ୨୭ଟି ଟ୍ରେଡରେ ମୋଟ ୩୯୭୨ ସିଟ୍ ସହ ଦେଶରେ ଷଷ୍ଠ ସ୍ଥାନରେ ଥିଲା। ବର୍ତ୍ତମାନ ଇନଷ୍ଟ୍ରୁମେଣ୍ଟ ମେକାନିକ୍, ରେଫ୍ରିଜେରେଟର୍ ଆଣ୍ଡ୍ ଏୟାରକଣ୍ଡିସେନର୍ ମେକାନିକ୍, ସୋଲାର୍ ମେକାନିକ୍, ଲିଫ୍ଟ ମେକାନିକ୍ ଆଦି ୪ଟି ଟ୍ରେଡରେ ୧୮୪ଟି ଆସନ ବୃଦ୍ଧିକୁ ମଞ୍ଜୁରୀ ମିଳିଥିବା କହିଛନ୍ତି ଏହାର ଅଧ୍ୟକ୍ଷ ଡ଼ ରଜତ ପାଣିଗ୍ରାହୀ। ଫଳରେ ଏହା ଛାତ୍ରଛାତ୍ରୀଙ୍କ ଆଡମିସନ୍ କ୍ଷମତା ଦୃଷ୍ଟିରୁ ଦ୍ବିତୀୟ ସ୍ଥାନକୁ ବୃଦ୍ଧି ପାଇଥିବା ସେ ସୂଚନା ଦେଇଛନ୍ତି। ବ୍ରହ୍ମପୁର ଆଇଟିଆଇ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ଅଭିଯାନକୁ ସଫଳ ଓ ବ୍ୟାପକ ମାତ୍ରାରେ କାର୍ଯ୍ୟକାରୀ କରି ଜାତୀୟ ଏପରିକି ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି। ଆଇଟିଆଇ କତ୍ତୃପକ୍ଷ ନିକଟରେ ଏ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପରେ କୋଲକତାରୁ ଏକ ଟିମ୍ ଆସି ଭିତ୍ତିଭୂମି, ମାନବ ସମ୍ବଳ, ଶୈଖିକ ପରିବେଶ ଓ ଛାତ୍ରଛାତ୍ରୀଙ୍କ ତାଲିମ ଆଦି ପରଖି ସକରାତ୍ମକ ରିପୋର୍ଟ ଦେଇଥିଲା। ଏହାପରେ ଅଧିକ ଆଡମିସନ୍ ପାଇଁ ସବୁଜ ସଙ୍କେତ ମିଳିଛି।
Odisha: First Phase of +2 Cut-off Marks Released
Next ArticleOdisha to Witness Heavy Rainfall till July 25
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
