News Room Odisha
BREAKING
Odia

ଖଲ୍ଲିକୋଟ: ପୋଖରୀରେ ବୁଡ଼ି ଭାଇ ଭଉଣୀ ମୃତ, ଅନ୍ୟ ଜଣେ ଶିଶୁ ଉଦ୍ଧାର

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଗାଁ ପୋଖରୀରେ ଆଜି ଭାଇ ଭଉଣୀଙ୍କ ଜଳ ସମାଧି ଘଟିଛି। ଗାଧୋଉଥିବା ସମୟରେ ପାଣିରେ ଦୁହେଁ ବୁଡ଼ି ଯାଇଥିଲେ। ତେବେ ଅନ୍ୟ ଜଣେ ଶିଶୁକୁ ଗ୍ରାମବାସୀ ଉଦ୍ଧାର କରିବାରୁ ସେ ବଞ୍ଚି ଯାଇଛି। ମୃତକ ହେଲେ ମରେଇନୂଆଗାଁର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦୀପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର। ସେହି ଗ୍ରାମର ଆଉ ଜଣେ ୨ ବର୍ଷର ଝିଅ [...]

Admin•July 25, 2024
Share Article:

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଦପଲ୍ଲୀ ପଞ୍ଚାୟତର ମରେଇନୂଆଗାଁ ପୋଖରୀରେ ଆଜି ଭାଇ ଭଉଣୀଙ୍କ ଜଳ ସମାଧି ଘଟିଛି। ଗାଧୋଉଥିବା ସମୟରେ ପାଣିରେ ଦୁହେଁ ବୁଡ଼ି ଯାଇଥିଲେ। ତେବେ ଅନ୍ୟ ଜଣେ ଶିଶୁକୁ ଗ୍ରାମବାସୀ ଉଦ୍ଧାର କରିବାରୁ ସେ ବଞ୍ଚି ଯାଇଛି। ମୃତକ ହେଲେ ମରେଇନୂଆଗାଁର ରାଜେନ୍ଦ୍ର ଶବରଙ୍କ ୬ ବର୍ଷର ପୁଅ ସୁଦୀପ ଶବର ଓ ୩ ବର୍ଷର ଝିଅ ରୋଷନି ଶବର। ସେହି ଗ୍ରାମର ଆଉ ଜଣେ ୨ ବର୍ଷର ଝିଅ ଐଶ୍ୱରୀୟ ଶବର ବର୍ତ୍ତି ଯାଇଛି। ତିନିହେଁ ମିଶି ଆଜି ସକାଳ ୮ ଟାରେ ଗାଁ ପୋଖରୀକୁ ଯାଇଥିଲେ। ସେଠାରେ ଗାଧୋଉଥିବା ବେଳେ ଅଘଟଣର ଶିକାର ହୋଇଥିଲେ ସୁଦୀପ ଓ ରୋଷନି। ଅନ୍ୟ ଦୁଇ ଜଣ ପୋଖରୀ ପାଣିରେ ବୁଡି ଯାଇଥିଲା ବେଳେ ଐଶ୍ୱରୀୟ ପାଣିରେ ଭାସୁଥିବା ଦେଖି ଗାଁ ଲୋକେ ତାକୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବହୁ ଖୋଜାଖୋଜି ପରେ ପାଣି ଭିତରୁ ଭାଇ ଭଉଣୀଙ୍କ ମରଶରୀର ଉଦ୍ଧାର କରାଯାଇଥିଲା। ଡାକ୍ତରଖାନାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୋଲିସ ଡାକ୍ତରଖାନାରୁ ଦୁଇ ଶବ ଜବତ କରିବା ସହ ଅପମୃତ୍ୟୁ କେସ୍ ନମ୍ବର ୧୬/୨୦୨୪ ରୁଜୁ କରିଛି।

#Odia#Odisha#News
Share Article:

Related Articles