ପ୍ୟାରିସ ଅଲିମ୍ପିକ୍ସ: ପ୍ରଶଂସକଙ୍କୁ ନିରାଶ କଲା ଭାରତୀୟ ଖେଳାଳିଙ୍କ ୟୁନିଫର୍ମ
ନୂଆଦିଲ୍ଲୀ: ନିଆରା ଉଦ୍ଘାଟନୀ ଉତ୍ସବ ସହ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଶୁକ୍ରବାର ଆରମ୍ଭ ହୋଇଛି । ତେବେ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଖେଳାଳି ପିନ୍ଧିଥିବା ପରିଧାନ ପ୍ରଶଂସକମାନଙ୍କୁ ନିରାଶ କରିଛି । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍କୁ ସେମାନେ ସମାଲୋଚନା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ମହିଳା ଆଥଲେଟ୍ମାନେ ସବୁଜ ଓ କମଳା ରଙ୍ଗ ଧଡ଼ି ଥିବା ଶାଢ଼ୀ ପିନ୍ଧିଥିବା ବେଳେ ପୁରୁଷ ଖେଳାଳିମାନେ ତ୍ରିରଙ୍ଗା ରଙ୍ଗ ଥିବା କୁର୍ତ୍ତା ପରିଧାନ କରିଥିଲେ [...]
ନୂଆଦିଲ୍ଲୀ: ନିଆରା ଉଦ୍ଘାଟନୀ ଉତ୍ସବ ସହ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଶୁକ୍ରବାର ଆରମ୍ଭ ହୋଇଛି । ତେବେ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଖେଳାଳି ପିନ୍ଧିଥିବା ପରିଧାନ ପ୍ରଶଂସକମାନଙ୍କୁ ନିରାଶ କରିଛି । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍କୁ ସେମାନେ ସମାଲୋଚନା କରିଛନ୍ତି ।
ପ୍ୟାରିସ୍ ଅଲିମ୍ପିକ୍ସ ଉଦ୍ଘାଟନୀ ଉତ୍ସବରେ ଭାରତୀୟ ମହିଳା ଆଥଲେଟ୍ମାନେ ସବୁଜ ଓ କମଳା ରଙ୍ଗ ଧଡ଼ି ଥିବା ଶାଢ଼ୀ ପିନ୍ଧିଥିବା ବେଳେ ପୁରୁଷ ଖେଳାଳିମାନେ ତ୍ରିରଙ୍ଗା ରଙ୍ଗ ଥିବା କୁର୍ତ୍ତା ପରିଧାନ କରିଥିଲେ । ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଜଣାଶୁଣା ଫ୍ୟାସନ୍ ଡିଜାଇନର ତରୁଣ ତାହିଲାନି ତିଆରି କରିଛନ୍ତି । ତେବେ ଉଭୟ ପୁରୁଷ ଓ ମହିଳା ଆଥ୍ଲେଟ୍ଙ୍କ ୟୁନିଫର୍ମ ଡିଜାଇନ ପ୍ରଶଂସକ ମାନଙ୍କୁ ପ୍ରଭାବିତ କରିପାରିନି । ଭାରତୀୟ ଆଥଲେଟ୍ଙ୍କ ୟୁନିଫର୍ମ ଡିଜାଇନରେ ଅସନ୍ତୋଷ ପ୍ରକାଶ କରି ଜଣେ ୟୁଜର ‘ଏକ୍ସ’ରେ ଲେଖିଛନ୍ତି – “ଅତି ସାଧାରଣ ପରିଧାନ । ଏଥିରେ ଗୌରବାନ୍ୱିତ ଭାରତୀୟ ସାଂସ୍କୃତିକ ବିବିଧତାର ଛାପ ନାହିଁ । ସାଧାରଣତଃ ଏଭଳି ପୋଷାକ ମୁଁ ରାତିରେ ପିନ୍ଧି ଶୋଇଥାଏ ।” ଆଉ ଜଣେ ୟୁଜର ଲେଖିଛନ୍ତି – “ମୁଁ ବିଶ୍ୱାସ କରିପାରୁନି ଏଭଳି ଅତି ସାଧାରଣ ପୋଷାକରେ ଆମ ଆଥଲେଟ୍ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ଆମ ପାଖରେ ଏତେ ସବୁ ଡିଜାଇନ ଓ ପରିଧାନ ଥିବା ସତ୍ତ୍ୱେ ଆମେ ନିଜ ଖେଳାଳିଙ୍କୁ ଏଭଳି ପୋଷାକ କିପରି ଦେଇପାରିଲୁ?” ଭାରତୀୟ ଖେଳାଳିଙ୍କ ପୋଷାକ ନେଇ ଆଉ ଜଣେ ୟୁଜର କହିଛନ୍ତି, “ଏହାଠାରୁ ଆହୁରି ଭଲ ଶାଢ଼ୀ ମୁମ୍ବାଇର ସାହିଗଳିରେ ୨୦୦ ଟଙ୍କାରେ ମିଳୁଛି.. ।”
ଭାରତର ଅନ୍ୟ କେତେକ ଫ୍ୟାଶନ ଡିଜାଇନର ମଧ୍ୟ ଭାରତୀୟ ଖେଳାଳିଙ୍କ ୟୁନିଫର୍ମ ଡିଜାଇନ୍ରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତରୁଣ ତାହିଲାନିଙ୍କ ଠାରୁ ଏଭଳି ଡିଜାଇନ ଆଶା କରାଯାଉନଥିଲା ବୋଲି ସେମାନେ କହିଛନ୍ତି ।
After LoP Naveen Patnaik’s Letter to Mamata Banerjee, Potato Supply Resumes to Odisha: Debi Mishra
Next Articleବିଜୟରୁ ଗମ୍ଭୀର ଯୁଗ ଆରମ୍ଭ, ପ୍ରଥମ ଟି-୨୦ରେ ଶ୍ରୀଲଙ୍କାକୁ ୪୩ ରନରେ ହରାଇଲା ଭାରତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
