News Room Odisha
BREAKING
Odia

ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଦ୍ବିତୀୟ ପଦକ, ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ ମନୁ-ସରବଜୋତ ଜିତିଲେ ବ୍ରୋଞ୍ଜ

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଜିତିଛି ଦ୍ୱିତୀୟ ପଦକ। ମଙ୍ଗଳବାର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁଟର ମନୁ ଭାକର ଏବଂ ସରବଜୋତ ସିଂ ବ୍ରୋଞ୍ଜ ଜିତିଛନ୍ତି | ଏହି ଭାରତୀୟ ଯୋଡ଼ି କୋରିଆ ଦଳକୁ ୧୬-୧୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ମନୁ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ହରିୟାଣାର ଏହି ୨୨ ବର୍ଷୀୟା ସୁଟର ଦୁଇ ଦିନ [...]

Admin•July 30, 2024
Share Article:

ପ୍ୟାରିସ୍: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଜିତିଛି ଦ୍ୱିତୀୟ ପଦକ। ମଙ୍ଗଳବାର ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସୁଟର ମନୁ ଭାକର ଏବଂ ସରବଜୋତ ସିଂ ବ୍ରୋଞ୍ଜ ଜିତିଛନ୍ତି | ଏହି ଭାରତୀୟ ଯୋଡ଼ି କୋରିଆ ଦଳକୁ ୧୬-୧୦ରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଏଥିସହ ମନୁ ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସ ସଂସ୍କରଣରେ ଦୁଇଟି ପଦକ ଜିତି ଇତିହାସ ରଚିଛନ୍ତି। ହରିୟାଣାର ଏହି ୨୨ ବର୍ଷୀୟା ସୁଟର ଦୁଇ ଦିନ ତଳେ (ଜୁଲାଇ ୨୮) ମହିଳା ୧୦ ମିଟର ପିସ୍ତଲ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ।

୧୨ ବର୍ଷ ପରେ ଅଲିମ୍ପିକ୍ ଗେମ୍ସର ସୁଟିଂ ଇଭେଣ୍ଟରେ ଭାରତ ଦୁଇଟି ପଦକ ପାଇଛି | ଏହାପୂର୍ବରୁ ଗଗନ ନାରଙ୍ଗ ଏବଂ ବିଜୟ କୁମାର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସୁଟିଂରେ ପଦକ ଜିତିଥିଲେ।

#Odia#Odisha#News
Share Article:

Related Articles