ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ ସମସ୍ତେ ସମର୍ପିତ ଅଛୁ। [...]
ଭୁବନେଶ୍ୱର: ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦର ସମ୍ବର୍ଦ୍ଧନା ସମାରୋହରେ ଉଦ୍ବୋଧନ ଦେଇ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ଆମେ ସମସ୍ତେ ସମର୍ପିତ ଅଛୁ। ଓଡିଶାର ବିକାଶ ପାଇଁ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରତି ସପ୍ତାହରେ ଆମ କ୍ୟାବିନେଟ୍ ବୈଠକ ବସୁଛି। ସାମଗ୍ରୀକ ଭାବେ ଓଡିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ ସମ୍ମିଳିତ ଉଦ୍ୟମ କରିବାକୁ ପଡିବ। ସମ୍ବିଧାନରେ ଆମ ସମସ୍ତଙ୍କ ପାଇଁ ସମାନ ଅଧିକାରର ବ୍ୟବସ୍ଥା କରିଛନ୍ତି ବାବା ସାହେବ ଭିମରାଓ ଆମ୍ବେଦକର। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସର୍ବାଙ୍ଗୀନ ଉନ୍ନତି ସହିତ ଅନୁନ୍ନତ ଓ ପଛୁଆ ଭାବେ ଯେଉଁମାନେ ସମାଜରେ ତଳ ସ୍ତରରେ ରହିଯାଇଛନ୍ତି ସେମାନଙ୍କ ହାତ ଧରି ଆମକୁ ତାଙ୍କୁ ଆଗକୁ ବଢେଇବାକୁ ପଡିବ। ଆଜି ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ସେମାନଙ୍କର ହକ୍ ଧିରେ ଧିରେ ମିଳୁଛି।
ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ କଲ୍ୟାଣ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମଗୁଡିକ ନିରନ୍ତର ଭାବେ କାମ କରୁଛି। ସେମାନଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ସ୍କୁଲ ଓ ହଷ୍ଟେଲ କାର୍ଯ୍ୟକ୍ଷମ ଅଛି। ଅଧାରୁ ପାଠ ନ ଛାଡିବା ପାଇଁ ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରାଯାଉଛି। ଆମ ସମାଜରେ ଥିବା ଆଦିମ ଜନଜାତି ବର୍ଗ ଙ୍କୁ ଆମକୁ ଏହି ବିକାଶ ଯାତ୍ରାରେ ସାମିଲ କରିବାକୁ ପଡିବ। ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆଦିମ ଜନଜାତିଙ୍କୁ ଉଚିତ୍ ଅଧିକାର ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆରମ୍ଭ କରିଛନ୍ତି ପି.ଏମ୍. ବନ୍ ଧନ୍ ଯୋଜନା। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ, ସବ୍କା ପ୍ରୟାସ’ ଅଭିଯାନ ସବୁ ବର୍ଗଙ୍କ ବିକାଶକୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଛି । ଆମେ ସମସ୍ତେ ଯଦି ଏହି ଅଭିଯାନରେ ନିଜକୁ ସାମିଲ କରିବା ତେବେ ଦେଶ ଓ ରାଜ୍ୟ ବିକାଶ ପଥରେ ଆଗେଇ ଚାଲିବା ସହିତ ସବୁ ବର୍ଗର ବିକାଶ ହେବ। ଆଗକୁ ବଢିବାରେ ଆମ ସମ୍ବିଧାନରେ ଆମ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଇଛି। ଆମ ପାଖରେ ଆଗକୁ ବଢିବାର ସୁଯୋଗ ଅଛି ।
ଏହି ପରିଷଦର ସଦସ୍ୟଥିବା ଆମ ରାଜ୍ୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଆଇ.ଏ.ଏସ୍ ଅଧିକାରୀ ପର୍ଯ୍ୟନ୍ତ ହଜାର ହଜାର କର୍ମଚାରୀ ଓ ଅଧିକାରୀ ସମଗ୍ର ରାଜ୍ୟବାସୀ ବିଶେଷକରି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକମାନଙ୍କର ହିତ ସାଧନରେ ବ୍ରତୀ ଅଛନ୍ତି। ଓଡିଶାରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ଘଟାଇ ସେମାନଙ୍କୁ ଉଚ୍ଚ ବର୍ଗର ଲୋକଙ୍କ ସହିତ ସାମିଲ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।
ଆଜି ଭାରତ ବର୍ଷର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆମ ଭିତରୁ ଜଣେ। ଓଡିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ଆପଣମାନଙ୍କ ମଧ୍ୟରୁ ଜଣେ। ଆମେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ବର୍ଗରୁ ଆସି ଦେଶ ପାଇଁ ଓ ରାଜ୍ୟ ପାଇଁ କାମ କରୁଛୁ। ପଦ ପଦବୀରେ ନଥିଲେ ମଧ୍ୟ ଇଚ୍ଛାଶକ୍ତି ବଳରେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବା। ଆମେ ଯଦି ବିକାଶରେ ସମାନତା ଆଣି ପାରିବା ତେବେ ଯାଇ ବିକଶିତ ଭାରତ ଗଠନ ହୋଇପାରିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଇଚ୍ଛାଶକ୍ତି ବଳରେ ସବୁ କାମ ସମ୍ଭବ ହୋଇପାରିବ। ଶପଥ ନେବାର ଘଣ୍ଟାଏ ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ନିଷ୍ପତ୍ତି ନେଲୁ ଓ ପରଦିନ ଖୋଲିଲୁ। ଦାୟିତ୍ୱ ନେବାର ଏକ ମାସ ମଧ୍ୟରେ ଯାହା ୪୬ ବର୍ଷ ଧରି ହୋଇପାରୁନଥିଲା, ତାହା କରିପାରିଲୁ, ରତ୍ନ ଭଣ୍ଡାର ଖୋଲିଲୁ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଦୂର କଲୁ। ଯଦି ଇଚ୍ଛାଶକ୍ତି ନାହିଁ, କୌଣସି କାମ ହୋଇପାରିବ ନାହିଁ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗଦେଇ କହିଥିଲେ ଯେ ନେତୃତ୍ୱ ଏକ କ୍ଷମତା ନୁହଁ, ଏହା ଏକ କର୍ତ୍ତବ୍ୟ। ଏହା ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ। ଆଜି ଓଡିଶାରେ ଲୋକଙ୍କ ସରକାର ଗଠନ ହୋଇଛି ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି।
ଅନ୍ୟତମ ଅତିଥି ଭାବେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେଇ କହିଥିଲେ ଯେ ଓଡିଶା ସରକାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କାମ କରୁଛନ୍ତି। ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମୋହନ ମାଝୀ ସରକାର ସାମାଜିକ ଦାୟିତ୍ୱବୋଧତାର ସହ କାମ କରୁଛନ୍ତି ଓ କରିବେ।
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
Next Articleଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଚିତାଲାଗି ନୀତି ସମ୍ପର୍ଣ୍ଣ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
