News Room Odisha
BREAKING
Odia

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଘରୋଇକରଣ ଯୋଜନାକୁ ବିଜେଡିର ନିନ୍ଦା

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଭୁବନେଶ୍ବର ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ ଚଲାଇଛନ୍ତି। ଏହାକୁ ବିଜେଡି ତୀବ୍ର ନିନ୍ଦା କରିଛି। ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସାଢେ ଚାରି କୋଟି ଓଡିଆଙ୍କ ପ୍ରତି ଅପମାନ। ଏହାଦ୍ୱାରା ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ୫ ମିଲିୟନ ଲୋକ ପ୍ରଭାବିତ ହେବେ। ଦେଶ ତଥା [...]

Admin•August 5, 2024
Share Article:

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଭୁବନେଶ୍ବର ବିମାନ ବନ୍ଦରକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ଚକ୍ରାନ୍ତ ଚଲାଇଛନ୍ତି। ଏହାକୁ ବିଜେଡି ତୀବ୍ର ନିନ୍ଦା କରିଛି।

ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହା ସାଢେ ଚାରି କୋଟି ଓଡିଆଙ୍କ ପ୍ରତି ଅପମାନ। ଏହାଦ୍ୱାରା ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ୫ ମିଲିୟନ ଲୋକ ପ୍ରଭାବିତ ହେବେ। ଦେଶ ତଥା ବିଦେଶର ବହୁ ପୁଞ୍ଜିନିବେଶକାରୀ ଏହି ବିମାନ ବନ୍ଦର ଦେଇ ଓଡିଶାରେ ପାଦ ଦେଉଛନ୍ତି। ଘରୋଇକରଣ ହେଲେ ପରୋକ୍ଷରେ ରାଜ୍ୟରେ ପୁଞ୍ଜିନିବେଶ ପ୍ରଭାବିତ ହେବ। ଏହାକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି। ଲୋକେ ଏହାର ତୀବ୍ର ବିରୋଧ କରିବେ। ବିଶେଷ କରି ଘରୋଇକରଣ ଦ୍ବାରା ବିମାନ ଚଳାଚଳ ସଂସ୍ଥା ଗୁଡିକର ମନୋମୁଖୀ ଆରମ୍ଭ ହେବ। ସ୍ବଳ୍ପ ମୂଲ୍ଯ ଯୁକ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଆଉ ରିହାତି ମିଳିବନି। ଯଦ୍ବାରା ସାଧାରଣ ଲୋକେ ବର୍ଦ୍ଧିତ ଦରର ଶିକାର ହେବେ। ଦ୍ବିତୀୟରେ ନନ୍ ସିଡୁଲ୍ ବର୍ଗରେ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିବା ବଡ ବଡ ଶିଳ୍ପପତି ନିଜସ୍ବ ବିମାନ ଅବତରଣରେ ବି ସମସ୍ୟାର ସମ୍ମୁଖୀନ ହେବେ ବୋଲି କ୍ୟାପଟେନ ମିଶ୍ର କହିଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ଘରୋଇକରଣ ପ୍ରସ୍ତାବକୁ ରାଜ୍ୟ ସରକାର ବିରୋଧ କରୁଛନ୍ତି ନା ନାହିଁ ତାହା ଉପରେ ସାରା ରାଜ୍ୟବାସୀଙ୍କ ନଜର ରହିଥିବା ସେ କହିଛନ୍ତି।

#Odia#Odisha#News
Share Article:

Related Articles