News Room Odisha
BREAKING
Odia

ପାକିସ୍ତାନୀ ଖେଳାଳିଙ୍କ ଠାରୁ ସ୍ବର୍ଣ୍ଣ ହାରିଗଲେ ନୀରଜ, ଏଥର ରୌପ୍ୟରେ ସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି। ନୀରଜଙ୍କୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗୁରୁବାର ରାତିରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟର ୨୬ ବର୍ଷୀୟ ନୀରଜ ଦ୍ବିତୀୟ ପ୍ରୟାସରେ ୮୯.୪୫ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ତାଙ୍କର ଆଉ ୪ଟି ପ୍ରୟାସ ଫାଉଲ୍ ହୋଇଯାଇଥିଲା । ନୀରଜ ତାଙ୍କ ମୁଖ୍ୟ [...]

Admin•August 9, 2024
Share Article:

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି। ନୀରଜଙ୍କୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗୁରୁବାର ରାତିରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟର ୨୬ ବର୍ଷୀୟ ନୀରଜ ଦ୍ବିତୀୟ ପ୍ରୟାସରେ ୮୯.୪୫ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ତାଙ୍କର ଆଉ ୪ଟି ପ୍ରୟାସ ଫାଉଲ୍ ହୋଇଯାଇଥିଲା । ନୀରଜ ତାଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ତଥା ପାକିସ୍ତାନ ଖେଳାଳି ଅର୍ଶଦ ନଦୀମଙ୍କ ଠାରୁ ସ୍ବର୍ଣ୍ଣ ପଦକ ହାରିଯାଇଥିଲେ । ନଦୀମ୍ ୯୨.୯୭ ମିଟର ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏପରିକି ନଦୀମ ଦୁଇଥର ୯୦ ମିଟରରୁ ଅଧିକ ଦୂରତା ଥ୍ରୋ କରିଥିଲେ | ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ଜାଭେଲିନ୍ ୮୮.୫୪ ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି |

ସ୍ବର୍ଣ୍ଣ ପଦକ ବଜାୟ ରଖିବାରେ ବିଫଳ ହୋଇଥିଲେ ମଧ୍ୟ ନୀରଜ ସ୍ବାଧୀନ ଭାରତର ପ୍ରଥମ ଦୌଡ଼କୁଦ ଖେଳାଳି ଭାବେ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । କ୍ରମାଗତ ଅଲିମ୍ପିକ୍ସ ପଦକ‌ ଜିତିବାରେ ନୀରଜ ତୃତୀୟ ଭାରତୀୟ । ନୀରଜଙ୍କ ପୂର୍ବରୁ ରେସଲର ସୁଶୀଲ କୁମାର ଏବଂ ସଟଲର ପି.ଭି ସିନ୍ଧୁ କ୍ରମାଗତ ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିଲେ। ନୀରଜଙ୍କ ସଫଳତା ସହ ଚଳିତ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ରୌପ୍ୟ ପଦକ ମିଳିଛି। ଏଥିସହ ଭାରତର ପଦକ ସଂଖ୍ୟା ୫କୁ ବୃଦ୍ଧି ହୋଇଛି ।

#Odia#Odisha#News
Share Article:

Related Articles