ଓଡିଆ ଅସ୍ମିତାକୁ ନେଇ ବିଜେପି ଉପରେ ବର୍ଷିଲେ ବିଜେଡି ନେତ୍ରୀ ଲେଖାଶ୍ରୀ
ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ଉପରେ ସାଂଘାତିକ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ମନ୍ତ୍ରୀ ଭାରତକୁ ଡାରତ ଲେଖି ପରୋକ୍ଷରେ ଓଡ଼ିଆ ଅସ୍ମିତାର ଧଜ୍ଜା ଉଡାଉଛନ୍ତି। ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପିର ନେତା ମନ୍ତ୍ରୀ ଓଡ଼ିଆର ନିଲାମ କରିବାକୁ ବସିଲେଣି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ଯେଉଁପରି ଭାବେ ଓଡ଼ିଆ ଅସ୍ମିତା କଥା ନିର୍ବାଚନ ପୂର୍ବରୁ [...]
ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ନେଇ ବିଜେପି ଉପରେ ସାଂଘାତିକ ବର୍ଷିଛନ୍ତି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ବିଜେପିର ମନ୍ତ୍ରୀ ଭାରତକୁ ଡାରତ ଲେଖି ପରୋକ୍ଷରେ ଓଡ଼ିଆ ଅସ୍ମିତାର ଧଜ୍ଜା ଉଡାଉଛନ୍ତି। ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଥିବା ବିଜେପିର ନେତା ମନ୍ତ୍ରୀ ଓଡ଼ିଆର ନିଲାମ କରିବାକୁ ବସିଲେଣି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ, ବିଜେପି ଯେଉଁପରି ଭାବେ ଓଡ଼ିଆ ଅସ୍ମିତା କଥା ନିର୍ବାଚନ ପୂର୍ବରୁ ଉଠାଇଲା, ଲାଗିଲା ଶାସନକୁ ଆସିଲେ ଓଡ଼ିଆ ଅସ୍ମିତା ଚନ୍ଦ୍ରରେ ରହିବ, ହେଲେ ଏବେ ଯାହା ଦେଖୁଛୁ ଓଡ଼ିଆ ଅସ୍ମିତାଙ୍କୁ ସେମାନେ ବେଜିତ୍ ଓ ନିଲାମ କରିବାକୁ ଆସିଛନ୍ତି । ମନ୍ତ୍ରୀ ଓଡ଼ିଆ ଲେଖିକି ପଢିପାରୁନାହାଁନ୍ତି, ଚିହ୍ନିପାରୁନାହାଁନ୍ତି । ଭାରତ ମାତା କି ଜୟ ଜାଗାରେ, ଡାରତ ମାତା କି ଜୟ ବୋଲି ଲେଖୁଛନ୍ତି । ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ମଧ୍ୟ ନା ଓଡିଆ କହିପାରୁଛନ୍ତି, ନା ଇଂରାଜୀ କହିପାରୁଛନ୍ତି ।
ଲେଖାଶ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଆ ଜାଣିନଥିବା ଲୋକ ଆମକୁ ଓଡ଼ିଆ ଅସ୍ମିତା ପାଠ ପଢାଇବାକୁ ଆସିଛନ୍ତି। ସେମାନେ ଓଡ଼ିଆ ଅସ୍ମିତାର ଅବନତି କରିବାକୁ ହିଁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଯାଉଛନ୍ତି ନିର୍ଦ୍ଦେଶ ନେବାକୁ, କେନ୍ଦ୍ର ଅସ୍ମିତା ରକ୍ଷା କରିବାକୁ ସେ ଆସିଛନ୍ତି । ଏଠି ସିଏମ୍ଓ ନୁହେଁ ପିଏମଓର ଶାଖା ଅଫିସ ଆସିଛି । ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି ସେ ପ୍ରଶ୍ନ କରିଛନ୍ତି। ମିଛର ଆଶ୍ରୟ ନେଇଥିବା ଦଳ କେବେ ଓଡ଼ିଆଙ୍କ ଉନ୍ନତି କରି ପାରିବ ନାହିଁ ବୋଲି ସେ କହିଛନ୍ତି।
BJD Leader Lekhasri Samantsinghar Targets BJP Govt on Odia Asmita
Next Articleଭିନେଶ ନିରାଶ, ପ୍ୟାରିସ୍ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ବିରୋଧରେ ଆବେଦନ ‘କାସ୍’ରେ ଖାରଜ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
