News Room Odisha
BREAKING
Odia

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘କାନ୍ତାରା’ ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୨୨ ବର୍ଷ ପାଇଁ) ଶୁକ୍ରବାର ଘୋଷଣା ହୋଇଛି। ସୁପରହିଟ୍ କନ୍ନଡ଼ ଫିଲ୍ମ “କାନ୍ତାରା” ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି | ଏହି ଫିଲ୍ମ ମଧ୍ୟ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ବିବେଚିତ ହୋଇଛି । ମାଲାୟାଲାମ ଚଳଚ୍ଚିତ୍ର “ଆଟ୍ଟାମ୍’ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ହାସଲ କରିଛି । “ତିରୁଚିତ୍ରାମ୍ବଲମ୍” ଚଳଚ୍ଚିତ୍ର ପାଇଁ ନିତ୍ୟା ମେନେନ୍ ଓ “କୁଚ୍ ଏକ୍ସପ୍ରେସ” ପାଇଁ ମାନସୀ ପାରେଖ [...]

Admin•August 16, 2024
Share Article:

ନୂଆଦିଲ୍ଲୀ: ୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର (୨୦୨୨ ବର୍ଷ ପାଇଁ) ଶୁକ୍ରବାର ଘୋଷଣା ହୋଇଛି। ସୁପରହିଟ୍ କନ୍ନଡ଼ ଫିଲ୍ମ “କାନ୍ତାରା” ପାଇଁ ରିଷଭ ଶେଟ୍ଟୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି | ଏହି ଫିଲ୍ମ ମଧ୍ୟ ଶ୍ରେଷ୍ଠ ଲୋକପ୍ରିୟ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ବିବେଚିତ ହୋଇଛି । ମାଲାୟାଲାମ ଚଳଚ୍ଚିତ୍ର “ଆଟ୍ଟାମ୍’ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ହାସଲ କରିଛି । “ତିରୁଚିତ୍ରାମ୍ବଲମ୍” ଚଳଚ୍ଚିତ୍ର ପାଇଁ ନିତ୍ୟା ମେନେନ୍ ଓ “କୁଚ୍ ଏକ୍ସପ୍ରେସ” ପାଇଁ ମାନସୀ ପାରେଖ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି । ମନୋଜ ବାଜପେୟୀ ଏବଂ ଶର୍ମିଲା ଟାଗୋରଙ୍କ ଅଭିନୀତ ଫିଲ୍ମ “ଗୁଲମୋହର” ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ବିବେଚିତ ହୋଇଛି।

ସୂରଜ ବାଡଜାତ୍ୟାଙ୍କୁ ଚଳଚ୍ଚିତ୍ର “ଉଞ୍ଚାଈ” ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିଛି। ଏହି ଚଳଚ୍ଚିତ୍ର ପାଇଁ ନୀନା ଗୁପ୍ତା ଶ୍ରେଷ୍ଠ ପାର୍ଶ୍ବ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

#Odia#Odisha#News
Share Article:

Related Articles