News Room Odisha
BREAKING
Odia

ଶ୍ରୀକ୍ଷେତ୍ର ପୁରୀର ଶ୍ରୀ ଜୀୟରସ୍ବାମୀ ମଠରେ ଶାଳଗ୍ରାମ ଭଗବାନଙ୍କ ଝୁଲଣ ଉତ୍ସବ

ଶ୍ରୀ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଗତ ବାଲିସାହି ସ୍ଥିତ ଶ୍ରୀ ଜୀୟରସ୍ବାମୀ ମଠ। ଏହି ମଠରେ ଝୁଲଣ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ଏଥିପାଇଁ ମଠକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଛି। ବାସ୍ତବରେ ଏହି ମଠରେ ପାଳନ ହେଉଥିବା ଝୁଲଣ ଉତ୍ସବ ପୁରୀରେ ଏକ ନିଆରା ପରିଚୟ ପ୍ରଦାନ କରିଥାଏ। ଜୀୟରସ୍ବାମୀ ମଠର ମୁଖ୍ୟ ଉପାସ୍ୟ ହେଉଛନ୍ତି ଶ୍ରୀ ବେଣୁଗୋପାଳ ତଥା ଲକ୍ଷ୍ମୀ ନାରାୟଣ ଓ ଶ୍ରୀରଘୁନାଥ ଜୀଉ। ମଠ ପରିସର ରେ [...]

Admin•August 17, 2024
Share Article:

ଶ୍ରୀ ବୈଷ୍ଣବ ସମ୍ପ୍ରଦାୟ ଅନ୍ତର୍ଗତ ବାଲିସାହି ସ୍ଥିତ ଶ୍ରୀ ଜୀୟରସ୍ବାମୀ ମଠ। ଏହି ମଠରେ ଝୁଲଣ ଉତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ଏଥିପାଇଁ ମଠକୁ ରଙ୍ଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇ ଆକର୍ଷଣୀୟ କରାଯାଇଛି। ବାସ୍ତବରେ ଏହି ମଠରେ ପାଳନ ହେଉଥିବା ଝୁଲଣ ଉତ୍ସବ ପୁରୀରେ ଏକ ନିଆରା ପରିଚୟ ପ୍ରଦାନ କରିଥାଏ। ଜୀୟରସ୍ବାମୀ ମଠର ମୁଖ୍ୟ ଉପାସ୍ୟ ହେଉଛନ୍ତି ଶ୍ରୀ ବେଣୁଗୋପାଳ ତଥା ଲକ୍ଷ୍ମୀ ନାରାୟଣ ଓ ଶ୍ରୀରଘୁନାଥ ଜୀଉ। ମଠ ପରିସର ରେ ଅତି ସୁନ୍ଦର ଭାବରେ ଜରିଜମ୍ଭୁରା ଓ ଶୋଲରେ ସଜ୍ଜିତ ଝୁଲଣ କୁଞ୍ଜ ବେଶ ମନୋରମ। ଏହି ସୁସଜ୍ଜିତ କୁଞ୍ଜରେ ରୁକ୍ମିଣୀ, ସତ୍ୟଭାମା ଙ୍କ ସହ ଶ୍ରୀକୃଷ୍ଣ ଓ ଗୋଦାମ୍ବା ବିରାଜମାନ କରି ଝୁଲିଥାନ୍ତି। ଏହାର ସମ୍ମୁଖରେ ଅନ୍ଯ ଏକ ମଣ୍ଡପରେ କାଚ ତଥା ରୌପ୍ୟ ନିର୍ମିତ ଝୁଲଣରେ ଜୀୟରସ୍ବାମୀ ମଠର ଆରାଧ୍ୟ ବେଣୁ ଗୋପାଳ ମହାପ୍ରଭୁ ଶାଳଗ୍ରାମ ସ୍ବରୂପରେ ଝୁଲିଥାନ୍ତି। ଏହି ମଣ୍ଡପରେ ମଠରେ ଥିବା ସାଧୁସନ୍ଥ ତଥା ମଠର ବିଦ୍ୟାର୍ଥୀଙ୍କ ଦ୍ବାରା ଦିବ୍ୟ ସ୍ତୋତ୍ରାବଳି, ବେଦସୁକ୍ତ, ବିଷ୍ଣୁ ସହସ୍ରନାମ, ଗୋପାଳ ସହସ୍ରନାମ ଓ ଶ୍ରୀ ଭାଷ୍ୟ ଆଦି ଗାନ କରାଯାଇଥାଏ।

 

ଯଦିଓ ଝୁଲଣ ଉତ୍ସବ ଶ୍ରୀ ରାଧାକୃଷ୍ଣ ଙ୍କ ଲୀଳା କୁ ନେଇ ପର୍ଯ୍ୟବେଶୀତ। ତଥାପି ଶ୍ରୀକ୍ଷେତ୍ର ରେ ଶ୍ରୀସୀତାରାମ ଓ ଲକ୍ଷ୍ମୀ ନାରାୟଣ ମଧ୍ୟ ଝୁଲଣ ଦୋଳିରେ ଝୁଲିଥାନ୍ତି। ଏହି ପ୍ରାଚୀନ୍ନ ଜୀୟରସ୍ବାମୀ ମଠରେ ବେଣୁ ଗୋପାଳ ଅର୍ଥାତ ଶ୍ରୀଶାଳଗ୍ରାମ ମଧ୍ୟ ସୁସଜ୍ଜିତ ରୋପ୍ୟ ଝୁଲଣରେ ବିରାଜମାନ କରିଥାନ୍ତି। ବର୍ଷ ରେ ଏହି ସାତଦିନ ଭକ୍ତମାନେ ସର୍ବସାଧାରଣ ରେ ଏହି ଦିବ୍ୟ ଶାଳଗ୍ରାମ ଭଗବାନ ଙ୍କ ଦର୍ଶନ ଲାଭ କରିଥାନ୍ତି।

ବର୍ଷା କାଳୀନ ଏହି ରାସ ଉତ୍ସବ କୁ ଦେଖିବାକୁ ମଠରେ ଅନେକ ଭକ୍ତ ଙ୍କ ସମାଗମ ହୋଇଥାଏ। ଏଥିପାଇଁ ସମଗ୍ର ମଠ ପରିସର କୁ ବିଭିନ୍ନ ଆଲୋକ ତଥା ପୁଷ୍ପ ମାଳରେ ସଜ୍ଜିତ କରି ଉତ୍ସବର ମହତ୍ତ୍ୱ କୁ ପ୍ରତିପାଦିତ କରାଯାଇଥାଏ। ଦ୍ଵାଦଶ ଶତାବ୍ଦୀରେ ଶ୍ରୀ ରାମାନୁଜାଚାର୍ଯ୍ୟ ଙ୍କ ଶ୍ରୀକ୍ଷେତ୍ର ଆଗମନ ପରେ ଏହି ମଠ ପ୍ରତିଷ୍ଠିତ। ସେହିଦିନ ଠାରୁ ଅଦ୍ୟାବଧି ଏହି ମଠରେ ବିଭିନ୍ନ ଉତ୍ସବ ସହିତ ଝୁଲଣ ଉତ୍ସବ ଅନୁଷ୍ଠିତ ହେଉଅଛି। ପୂର୍ବରେ ଯେଉଁ ମାନ ଥିଲା ବର୍ତ୍ତମାନ ତାହା ନଥିଲେ ମଧ୍ୟ ପରମ୍ପରା ବଞ୍ଚି ରହିଛି।

#Odia#Odisha#News
Share Article:

Related Articles