News Room Odisha
BREAKING
Odia

ବସ୍- ଅଏଲ୍ ଟ୍ୟାଙ୍କର୍ ଧକ୍କା, ରାସ୍ତାକଡ ଚାହା ଦୋକାନ ଉପରେ ମାଡ଼ି ଗଲା: ୪ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ

ବ୍ରହ୍ମପୁର: ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି।ଦ୍ରୁତ ଗତି ଆଣିଛି ମହାବିପତ୍ତି। ଓଭରଟେକ୍ ଉଦ୍ୟମ ବେଳେ ଏକ ଟ୍ୟାଙ୍କର୍ ପ୍ରଥମେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ପରେ ଉଭୟ ଗାଡ଼ି ରାସ୍ତା କଡରେ ଥିବା ଏକ ଚାହା ଦୋକାନ ଉପରେ ମାଡ଼ି ଯାଇଥିଲେ। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବସ୍ ଯାତ୍ରୀ [...]

Admin•August 22, 2024
Share Article:

ବ୍ରହ୍ମପୁର: ଗୁରୁବାର ସକାଳ ପ୍ରାୟ ୫ଟା ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି।ଦ୍ରୁତ ଗତି ଆଣିଛି ମହାବିପତ୍ତି। ଓଭରଟେକ୍ ଉଦ୍ୟମ ବେଳେ ଏକ ଟ୍ୟାଙ୍କର୍ ପ୍ରଥମେ ଏକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ପରେ ଉଭୟ ଗାଡ଼ି ରାସ୍ତା କଡରେ ଥିବା ଏକ ଚାହା ଦୋକାନ ଉପରେ ମାଡ଼ି ଯାଇଥିଲେ। ଏଥିରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ବସ୍ ଯାତ୍ରୀ ଓ ୩ ଜଣ ଚାହା ପିଉଥିବା ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଦୁର୍ଘଟଣାରେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ମିଳିଛି। ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜ ଓ ହସପିଟାଲରେ ଗୁରୁତର ଅବସ୍ଥାରେ ୧୪ ଜଣ ଭର୍ତ୍ତି ହୋଇଛନ୍ତି। ୩ ଜଣ ଅସ୍ଥିଶଲ୍ୟ ଓ ୧୧ ଜଣ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଛନ୍ତି। ଏମାନେ ଅଧିକାଂଶ ବସ୍ ଯାତ୍ରୀ ଅଟନ୍ତି। ଏକ ଟ୍ରକକୁ ଓଭରଟେକ୍ କରିବା ବେଳେ ଏକ ଟ୍ୟାଙ୍କର୍ ଖମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସକୁ ଧକ୍କା ଦେଇଥିଲା। ବସଟି ବ୍ରହ୍ମପୁରରୁ ଆସିକା ଆସୁଥିବା ବେଳେ ଟ୍ୟାଙ୍କରଟି ଆସିବାରୁ ବ୍ରହ୍ମପୁର ଯାଉଥିଲା। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଗାଡ଼ିଟି ପୁରା ଓଲଟି ପଡିଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖପ୍ରକାଶ କରିବା ସହିତ ମୃତାହତମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଗୁରୁତର ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

#Odia#Odisha#News
Share Article:

Related Articles